ଭୁବନେଶ୍ୱର: ବଙ୍ଗୋପସାଗରରେ ଭୀଷଣ ରୂପ ଧାରଣ କରିଛି ସାମୁଦ୍ରିକ ଝଡ ଅକୱାନ । ଧୀରେ ଧୀରେ ଉତ୍ତର ଦିଗକୁ ମୁହାଁଇ ଆଗକୁ ବଢୁଛି ବାତ୍ୟା । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରି ଆଜି ସକାଳ ୫ଟା ୩୦ ମିନିଟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪.୫ ଡିଗ୍ରୀ ଉତ୍ତର- ଆକ୍ଷାଂଶ ଓ ୮୫.୩ ଡିଗ୍ରୀ ପୂର୍ବଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଛି । ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଦକ୍ଷିଣ- ପୂର୍ବକୁ ପ୍ରାୟ ୪୪୦ କିମି , କଳିଙ୍ଗପାଟ୍ଟନମ ଠାରୁ ଦକ୍ଷିଣ ପୂର୍ବକୁ ୪୪୦ କିଲୋମିଟର . ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତର- ପୂର୍ବକୁ ୫୮୦ କିଲୋମିଟର, ଓଡିଶାର ଗୋପାଳପୁର ଠାରୁ ଦକ୍ଷିଣକୁ ୫୩୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣକୁ ୫୯୦ କିମି ଦୂରରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ଅକୱାନ ଉତ୍ତର- ପଶ୍ଚିମ ଜିଗକୁ ଗତି କରିବ । ଏତିକି ବେଳେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୯ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିମି ପର୍ଯ୍ୟନ୍ତ ରହିପାରେ ।










