ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ କଂଗ୍ରେସ ବିଧାୟକ ଦଳନେତା ରାମଚନ୍ଦ୍ର କାଡାମ ନେତା କହିଛନ୍ତି, କୋଟିଆ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ କଂଗ୍ରେସ । ଏହା ସହ ବନ୍ୟା, ବାତ୍ୟା, ପ୍ରସଙ୍ଗ ଉଠାଇବ କଂଗ୍ରେସ । ଆଜି ବିଧାୟକ ଦଳ ବୈଠକରେ ଦଳର ରଣନୀତି ଚୂଡାନ୍ତ ହେବ । ସେହିପରି ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି , ବାତ୍ୟା ଓ ବନ୍ୟା ନେଇ ମୋସନ ଆଣିଛି ବିଜେଡି । ସବୁ ବିଜିନେସ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ଦାବି କରିଛୁ । ଏହା ସହ ଆଇନ ଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ୟା ଉଠାଇବୁ ।










