24.1 C
Bhubaneswar
Tuesday, November 17, 2026
Homeଓଡିଶାବନ୍ୟା ବିପନଙ୍କୁ ଏବେ ବି ମିଳିନି ଜରିପାଲ

ବନ୍ୟା ବିପନଙ୍କୁ ଏବେ ବି ମିଳିନି ଜରିପାଲ

ଗଞ୍ଜାମ: ବାସହରା ବନ୍ୟା ବିପନ୍ନ । ବାତ୍ୟା ଅର୍ଣ୍ଣବ ଦେଇଯାଇଥିବା ଦୁଃଖ ଆହୁରି ସରିନି । ସେମିତି ଜରାଜୀର୍ଣ୍ଣ ଘରେ ,ସନ୍ତସନ୍ତିଆ ଚଟାଣରେ କଢ ଲେଉଟାଉଛନ୍ତି ଗଞ୍ଜାମବାସୀ । କାହାର ଚାଷ ଜମିରେ ପାଣି ଶୁଖିନି ତ ଆଉ କାହାର ଘର ମାଟିରେ ମିଳିଯାଇଛି । ଏବେ ବନ୍ୟା ପାଣି ଛାଡିବା ପରେ ଦର ଭଙ୍ଗା ଘରକୁ ସଜାଡିବାରେ ଲାଗିଛନ୍ତି ବିପନ୍ନ ପରିବାର । ଚାଳ, ଛପର ମାଟି ଘରେ ରହୁଥିବା ଲୋକଟିଏ ମୁଣ୍ଡ ଗୁଞ୍ଜିବାକୁ ଫଟା କାନ୍ଥରେ ଗୋବର ଓ କାଦୁଅ ଲିପି ଘର ବନାଇବାକୁ ଉଦ୍ୟମ କରୁଛନ୍ତି ସେଠାକାର ଲୋକମାନେ । ତେବେ ବଡ କଥା ଯେ, ବନ୍ୟା ବିପନ୍ନ ପରିବାରକୁ ଏବେ ଯାଏଁ ଜରି ପାଲ ଖଣ୍ଡେ ମିଳିଲା ନାହିଁ କାହିଁକି । ସର୍ବସ୍ୱ ହରାଇଥିବା ଗଞ୍ଜାମବାସୀ ଏବେ ସରକାରଙ୍କ ହାତକୁ ଚାହିଁ ବସିଛନ୍ତି ।କେଉଁଠି ରହିଗଲା ଅସୁବିଧା , କାର୍ଯ୍ୟରେ ଏତେ ଅବହେଳା କାହିଁକି।କେବେ ମିଳିବ ସହାୟତା ତାହାକୁ ଅପେକ୍ଷାରେ ଗଞ୍ଜାମବାସୀ । ପୁଣି ଆଉ ଗୋଟିଏ ବାତ୍ୟା ବଙ୍ଗୋପସାଗରରେ ବଳ ଗୋଟାଇଲାଣି । ଯାହା ଗଞ୍ଜାମବାସୀଙ୍କ ମନରେ ଭୟ ସୃଷ୍ଟି କରାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking