24.1 C
Bhubaneswar
Monday, November 16, 2026
Homeଓଡିଶାଏନ୍. ଭାସ୍କର ରାଓଙ୍କ ଖାରଜ ହେଲା ଜାମିନ ଆବେଦନ

ଏନ୍. ଭାସ୍କର ରାଓଙ୍କ ଖାରଜ ହେଲା ଜାମିନ ଆବେଦନ

ରାୟଗଡ଼ା: ରାୟଗଡ଼ାର ବହୁଚର୍ଚ୍ଚିତ ୨୦୧୦ ମସିହାର ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଆଜି ବଡ଼ ଝଟ୍‌କା ଲାଗିଛି । ରାୟଗଡ଼ା ଜିଲ୍ଲା ଦୌରାଜଜ ଆଜି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜାମିନ ଆବେଦନ ଖାରଜ ହେବା ପରେ ଭାସ୍କର ରାଓଙ୍କୁ ପୁଣିଥରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେପଟେ ନିମ୍ନ ଅଦାଲତରେ ଜାମିନ ନାମଞ୍ଜୁର ହେବା ପରେ ଏବେ ଭାସ୍କର ରାଓ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ୨୨ ଜାନୁଆରୀ ୨୦୨୬ରେ ଓଡ଼ିଶା ହାଇକୋର୍ଟ ଏହି ହତ୍ୟା ମାମଲାର ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ। ତେବେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking