24.1 C
Bhubaneswar
Monday, November 16, 2026
Homeଦେଶ ବିଦେଶକ୍ରିକେଟ୍‌ର ମହାକୁମ୍ଭ ଆୟୋଜନ କରିବ ଭାରତ: ୨୦୨୯ ଚାମ୍ପିଅନ୍ସ ଟ୍ରଫି

କ୍ରିକେଟ୍‌ର ମହାକୁମ୍ଭ ଆୟୋଜନ କରିବ ଭାରତ: ୨୦୨୯ ଚାମ୍ପିଅନ୍ସ ଟ୍ରଫି

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆଗାମୀ ବର୍ଷଗୁଡ଼ିକରେ ଦୁଇଟି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭାରତ । ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ୍‌ର ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି । ଆଇସିସି ପକ୍ଷରୁ ୨୦୩୫ ପର୍ଯ୍ୟନ୍ତ ପୁରୁଷ କ୍ରିକେଟ୍‌ର ପ୍ରମୁଖ ଟୁର୍ଣ୍ଣାମେଣ୍ଟଗୁଡ଼ିକର କାର୍ଯ୍ୟସୂଚୀ ଚୂଡ଼ାନ୍ତ କରାଯାଇଛି ।ଘୋଷିତ କାର୍ଯ୍ୟସୂଚୀ ଅନୁସାରେ, ୨୦୨୯ ଅକ୍ଟୋବର ୯ରୁ ୨୮ ତାରିଖ ଯାଏଁ ଭାରତରେ ଖେଳାଯିବ ଚାମ୍ପିଅନ୍ସ ଟ୍ରଫି । ସେହିପରି ୨୦୩୧ ଅକ୍ଟୋବର ୯ରୁ ନଭେମ୍ବର ୨୩ ଯାଏଁ ଭାରତ ଓ ବାଂଲାଦେଶ ମିଳିତ ଭାବେ ଆୟୋଜନ କରିବେ ଦିନିକିଆ ବିଶ୍ୱକପ୍ ।

ଅନ୍ୟପଟେ, ୨୦୨୮ ଟି-୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଏବଂ ୨୦୩୦ ଟି-୨୦ ବିଶ୍ୱକପ୍‌ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲ୍ୟାଣ୍ଡରେ ଆୟୋଜିତ ହେବ । ଏହାସହ ୨୦୨୯ ଓ ୨୦୩୧ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡରେ ଖେଳାଯିବ ।୨୦୩୨ରୁ ୨୦୩୫ ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟଗୁଡ଼ିକର ତାରିଖ ଘୋଷଣା ହୋଇଥିବାବେଳେ ଆୟୋଜକ ଦେଶଗୁଡ଼ିକର ନାମ ପରବର୍ତ୍ତୀ ସମୟରେ ସ୍ଥିର କରାଯିବ ବୋଲି ଆଇସିସି ସ୍ପଷ୍ଟ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking