22.1 C
Bhubaneswar
Tuesday, November 17, 2026
Homeଦେଶ ବିଦେଶଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ମୃତ, ୧୬ ଆହତ

ଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ମୃତ, ୧୬ ଆହତ

ନୂଆଦିଲ୍ଲୀ: ଥାଇଲାଣ୍ଡର ଦକ୍ଷିଣ ରିସର୍ଟ ଦ୍ୱୀପ ଫୁକେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସେମବାର ସକାଳେ ଏକ ବାଣିଜ୍ୟିକ ମଲରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ସୋମବାର ଭୋର ପ୍ରାୟ ୩ଟା ୧୭ ମିନିଟରେ ଏକ ଗାଡି ଭଡା ବ୍ୟବସାୟ କରୁଥିବା ଏକ କୋଠାରୁ ଆରମ୍ଭ ହୋଇଥିଲା । ପରେ ନିକଟସ୍ଥ କୋଠାକୁ ବ୍ୟାପି ଯାଇଥିଲା । ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ । ଅଗ୍ନିକାଣ୍ଡ କେଉଁଥିପାଇଁ ହୋଇଥାଇପାରେ ସେନେଇ ପ୍ରକୃତ କାରଣ ଜଣାପଡିନାହିଁ । କିନ୍ତୁ ପ୍ରାଥମିକ ତଦନ୍ତୁ ଜଣାପଡିଛି ଯେ, ଅଗ୍ନିକାଣ୍ଡ ଘଟିବାର କିଛି ସମୟ ପୂର୍ବରୁ କୋଠା ନିକଟରେ ଏକ ଇଲେକ୍ଟ୍ରିକ ଟ୍ରାନ୍ସଫର୍ମର ବିସ୍ଫୋରଣ ହୋଇଥିଲା । ବୋଧ ହୁଏ ତାହା ହିଁ କାରଣ ନା ଅନ୍ୟ କିଛି ସେନେଇ ଏଯାଏଁ ନିଶ୍ଚିତ କରାଯାଇନାହିଁ । ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking