24.1 C
Bhubaneswar
Saturday, November 14, 2026
Homeଦେଶ ବିଦେଶମୋଦୀଙ୍କ ଗସ୍ତ ପାଇଁ ନିୟୋଜିତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି

ମୋଦୀଙ୍କ ଗସ୍ତ ପାଇଁ ନିୟୋଜିତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ତାଙ୍କ ଯାତ୍ରା ପାଇଁ ନିୟୋଜିତ ଭାରତୀୟ ବାୟୁସେନା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ୨୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ମହୀଶୂରରେ ପହଞ୍ଚିଥିଲେ। ସେଠାରେ ସେ କୋସ୍‌ମୋସ୍‌- ମହୀଶୂର ତାରାମଣ୍ଡଳର ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ମୋଟ୍‌ ତିନିଟି ହେଲିକପ୍ଟର ମହୀଶୂରର ଜୟଚାମରାଜା ୱାଡିୟାର ହେଲିପ୍ୟାଡରେ ଅବତରଣ କରିଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ହେଲିକପ୍ଟର ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ସେଥିମଧ୍ୟରୁ ଗୋଟିଏରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା।

ପ୍ରଧାନମନ୍ତ୍ରୀ ଓ ତାଙ୍କ ସହିତ ଥିବା ଅନ୍ୟ ସଦସ୍ୟମାନେ ଅବଶିଷ୍ଟ ଦୁଇଟି ହେଲିକପ୍ଟରରୁ ଗୋଟିଏରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଅଚଳ ହେଲିକପ୍ଟରଟି ସେହି ହେଲିପ୍ୟାଡରେ ରହିଯାଇଥିଲା। ହେଲିକପ୍ଟରର ସୁରକ୍ଷା ପାଇଁ ସ୍ଥାନୀୟ ପୁଲିସ ସେହି ଅଞ୍ଚଳକୁ ଘେରାଉ କରି ସୁରକ୍ଷାକର୍ମୀ ନିୟୋଜିତ କରିଛନ୍ତି। ବୈଷୟିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରଖିଛନ୍ତି। ତେବେ ହେଲିକପ୍ଟରରେ କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି ଓ ଏହା କେତେବେଳେ ପୁଣି ଉଡ଼ାଣ ଭରିବ ସେ ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking