22.1 C
Bhubaneswar
Sunday, November 15, 2026
Homeଓଡିଶାମେଡିକାଲର ଚାରି ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ମେଡିକାଲର ଚାରି ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ: ମେଡିକାଲର ଚାରି ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧିମନ୍ଦିର ରୋଡ୍‌ର ୩୫ ବର୍ଷୀୟ ମନୋଜ ଦେହୁରୀ। ସୂଚନା ଅନୁସାରେ, ଦୁଇ ଦିନ ତଳେ ବାତ ରୋଗ ଓ ଉଚ୍ଚ ରକ୍ତଚାପ ଯୋଗୁଁ ମନୋଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ସେ ମେଡିକାଲର ଚାରି ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।ଘଟଣା ଜାଣିବା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଉଦ୍ଧାର କରି ଓପିଡିକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏବେବି ଅସ୍ପଷ୍ଟ ରହିଛି।ଅନ୍ୟପଟେ ମେଡିକାଲରେ ସୁରକ୍ଷା କର୍ମୀ ନିୟୋଜିତ ଥିବା ସତ୍ତ୍ୱେ ଏତେ ବଡ଼ ଅଘଟଣ କିପରି ଘଟିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଢେଙ୍କାନାଳ ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking