24.1 C
Bhubaneswar
Saturday, November 14, 2026
Homeଓଡିଶାମୁନିଗୁଡ଼ାରେ ଚାଞ୍ଚଲ୍ୟ: କାନ୍ଥ ଖୋଳି ସୁନା ଦୋକାନରୁ ଲୁଟ୍

ମୁନିଗୁଡ଼ାରେ ଚାଞ୍ଚଲ୍ୟ: କାନ୍ଥ ଖୋଳି ସୁନା ଦୋକାନରୁ ଲୁଟ୍

ରାୟଗଡା: ମୁନିଗୁଡାରେ ଚାଞ୍ଚଲ୍ୟ । ରାୟଗଡା ଜିଲ୍ଲା ମୁନିଗୁଡାରେ ସୁନାଦୋକାନରୁ ଚୋରି ହୋଇଥିବା ସୂଚନା ମିଳିଛି । ମୁନିଗୁଡା ଥାନା ଅଧୀନ ରେ ଥିବା ତିନିକୋଣିଆ ଛକ ମୁରଲୀ ଅଳଙ୍କାର ଦୋକାନକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ । ସୂଚନାରୁ ଜଣାପଡିଛି ଯେ, ଦୋକାନ ପଛପଟ କାନ୍ଥ ଖୋଳି ଭିତରେ ପଶି ଚୋରି କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ମୁନିଗୁଡା ପୋଲିସ ତଦନ୍ତ ଆରମ୍ଭ କରିଛି । ସୁନା ଦୋକାନ ମାଲିକ ଆଇ ମୁରଲୀ ଦୋକାନରୁ ଦଶ କେଜି ରୂପା ଓ ୨୦ ଗ୍ରାମ ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ।ଥାନାର ନିକଟରୁ ଚୋରି ହୋଇଥିବାରୁ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସାଇଣ୍ଟିଫିକ ଟିମ ଓ ପୋଲିସର ସନ୍ଧାନୀ କୁକୁର ତଦନ୍ତ ପାଇଁ ଯିବେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking