24.1 C
Bhubaneswar
Saturday, November 14, 2026
Homeଓଡିଶାବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ: ୧୬ରେ ବାତ୍ୟା !

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ: ୧୬ରେ ବାତ୍ୟା !

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନଉଛି ବାତ୍ୟା ଆଶଙ୍କା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତ ଏବଂ ପରେ ଗଭୀର ଅବପାତର ରୂପ ନେଇପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ମଧ୍ୟ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।ଏହି ପାଣିପାଗ ପ୍ରଣାଳୀ ସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପି ରହିଛି। ନଭେମ୍ବର ୧୫ ତାରିଖ ସକାଳ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ । ଏହା ପରେ ପ୍ରଣାଳୀଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ନେଇ ଆକଳନ କରାଯାଇଛି ।ତେବେ ବାତ୍ୟାର ସମ୍ଭାବ୍ୟ ଗତିପଥ, ତୀବ୍ରତା ଏବଂ ଏହା କେଉଁ ଅଞ୍ଚଳ ଉପରେ ପ୍ରଭାବ ପକାଇବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରାଯାଇନାହିଁ । ପାଣିପାଗ ବିଭାଗ ପ୍ରଣାଳୀର ଗତିବିଧି ଉପରେ ନିରନ୍ତର ନଜର ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking