ପଦ ଗାରିମାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରମ୍ବାର କ୍ଷୁର୍ଣ୍ଣ କରୁଛନ୍ତି
ଏବିଭିପି ଓ ବିଜେପିର ସମ୍ପର୍କ କଣ?
ଏବିଭିପିକୁ ଜିତାଇବା ପାଇଁ ବିଜେପି ମ୍ୟାଚ ଫିକ୍ସିଂ ସତ୍ତ୍ୱେ ବିସିଜେଡିର ବିଜୟ ହାସଲ ହେଲା
ଭୁବନେଶ୍ୱର: ଏବିଭିପି ଓ ବିଜେପି ସରକାରଙ୍କ ମଧ୍ୟରେ ସମ୍ପର୍କ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବିଭିପି ରାଜ୍ୟସ୍ତରୀୟ ଛାତ୍ର ନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅଭିଭାଷଣକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଇପ୍ସିତା ସାହୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ, ଏବିଭିପି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ର ନେତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୋହନ ଚରଣ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଏବିଭିପିର ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛନ୍ତି । ଏବିଭିପିର ପ୍ରସ୍ତୁତି ସରିବା ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଇଥିଲା । ଯାହାକି ପ୍ରମାଣିତ କରୁଛି ଯେ ଏବିଭିପିକୁ ସୁହାଇବା ଭଳି ନିର୍ବାଚନ ପାଇଁ ଏବିଭିପି କହିବା ପରେ ନିର୍ବାଚନ ହୋଇଥିଲା । ଖାଲି ଏତିକି ନୁହେଁ ଛାତ୍ର ସଂସଦ ନିର୍ବାଚନ ପରେ ଏବିଭିପିର ବିଜୟ ପ୍ରାର୍ଥୀମାନଙ୍କୁ ସେ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କଟକ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଏବିଭିପି ସହ ଜଡ଼ିତ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ । ସେ ସାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କିନ୍ତୁ ତାହାକୁ ସେ ଭଙ୍ଗ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନୀତି ନିୟମ ଅନୁସାରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା । କିନ୍ତୁ ବିଜେପି ସରକାରରେ ତାହା ଅନୁପାଳନ ହେଲା ନାହିଁ । ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିବା । ଯାହା ପୂର୍ବରୁ କେବେ ହେଉନଥିଲା । ବିଜୁ ଛାତ୍ର ଜନତା ଦଳ ଯାହା ଅଭିଯୋଗ କରି ଆସୁଥିଲା, ତାହା ଏବେ ସତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ଅଭିଭାଷଣରୁ ତାହା ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇଯାଇଛି । ଏବିଭିପିର ସବୁଜ ସଙ୍କେତ ମିଳିବା ପରେ ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଜୁ ଛାତ୍ର ଜନତା ଦଳର ସଂଗଠନ ଯେଉଁଠି ଭଲ ଥିଲା, ସେଠି ଜାଣିଶୁଣି ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିଲା । ଭୋଟ ଗଣତିରେ ମଧ୍ୟ ବିଳମ୍ୱ କରିଥିଲେ । ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟରୁ ଫୋନ କରି ଚାପ ପ୍ରୟୋଗ କରା ଯାଇଥିଲା । ଯେଉଁ ସବୁ ଅଭିଯୋଗ ହେଉଥିଲା ସେ ସମସ୍ତ ଅଭିଯୋଗକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି । ବିଜେପି ସରକାର ଏବିଭିପିକୁ ଛାତ୍ର ସଂସଦ ନିର୍ବାଚନ ଜିତାଇବା ପାଇଁ ମ୍ୟାଚ ଫିକ୍ସିଂ କରିବା ସତ୍ତ୍ୱେ ବିଜୁ ଛାତ୍ର ଜନତା ଦଳ ବିଜୟ ହାସଲ କରିଲା । ରାଜ୍ୟର ୬୦ ପ୍ରତିଶତରୁ ଉଦ୍ଧ୍ୱର୍ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଜିତିଲା । ସମସ୍ତ ଛାତ୍ରଛାତ୍ରୀ ମାନେ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି । ଚୌକି ପ୍ରିୟ ଓ କ୍ଷମତା ପ୍ରିୟ ମୁଖ୍ୟମନ୍ତ୍ରୀ ଏବିଭିପି ପାଇଁ ଅଭିଭାଷଣ ଦେଇ ନିଜ ପଦ ମର୍ଯ୍ୟାଦାକୁ ଭଙ୍ଗ କରିଛନ୍ତି । ସେ ନୈତିକତା ଦୃଷ୍ଟିରୁ କ୍ଷମତା ଚୌକିରୁ ଅପସରି ଯାଇ ଏବିଭିପି ସଂଗଠନ ସମ୍ଭାଳନ୍ତୁ ବୋଲି କହିଛନ୍ତି ।
ଇପ୍ସିତା ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପଦବୀ ଏକ ସାମ୍ୱିଧାନିକ ଓ ସମ୍ମାନର ପଦବୀ । କିନ୍ତୁ ଉକ୍ତ ଗାରିମାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୁର୍ଣ୍ଣ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ହାତେଇବା ପାଇଁ ଏବିଭିପି ଓ ବିଜେପି ଯୁବମୋର୍ଚ୍ଚା ସରକାରୀ କଳ ଓ ବଳ ପ୍ରୟୋଗ କରିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରି ଆସୁଥିଲା । ତାହା ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରୁ ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଅସହାୟ । ତେଣୁକରି ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପିର ସହାୟତା ଲୋଡ଼ିଥିଲେ । ଏବିଭିପି ରେଡି କହିବା ପରେ ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିଲେ । ଏବିଭିପିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କାମ କରୁଥିଲେ । କିନ୍ତୁ ଏଥିପରେ ମଧ୍ୟ ବିଜୁ ଛାତ୍ର ଜନତା ଦଳ ବଡ ବିଜୟ ହୋଇଛି । ତେବେ ଏବିଭିପିର ନେତା ମାନେ ବାରମ୍ବାର କହୁଛନ୍ତି ଯେ ଆମେ ବିଜେପିର ଅଂଶ ନୁହେଁ । ତେବେ ବିଜେପି ଓ ଏବିଭିପି ମଧ୍ୟରେ କଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଜେନ-ଜି, ଛାତ୍ର, ଯୁବକ ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିସେଜେଡିକୁ ଛାତ୍ରଛାତ୍ରୀ ମାନେ ସମର୍ଥନ ଜଣାଇ ବିଜୟ କରାଇଥିଲେ । ବିଜେଡି ଏକ ତରଫା ଭାବେ ନିର୍ବାଚନ ବିଜୟ ହୋଇଛନ୍ତି । ଏବିଭିପି ହାରିବା ପରେ ମଧ୍ୟ ତାହାକୁ ସ୍ୱୀକାର କରି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ବାରମ୍ବାର କାର୍ଯ୍ୟକ୍ରମରେ ଏବିଭିପି ପାଇଁ ଅଭିଭାଷଣ ଦେଉଛନ୍ତି । କିନ୍ତୁ ଜେନ-ଜି ମାନେ ବିଜେପି ସରକାରଙ୍କୁ ମୁହଁ ମୋଡ଼ି ଦେଇଛନ୍ତି । ଆଗକୁ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ କରିବେ ନା ବିଭିନ୍ନ ଆଳ ଦେଖାଇ ବନ୍ଦ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବିଭିପି ଯେଉଁଠି ହାରିବା କଥା ରାଜ୍ୟ ସରକାର ଜାଣିଲେ, ସେଠି ନିର୍ବାଚନ ବଦଳରେ ଚୟନ ପ୍ରକ୍ରିୟା ହେଲା । ଯେଉଁଠି ବିଜେଡି ଜିତିଛି, ଅନେକ କଲେଜରେ ପ୍ରଶାସନ ଶପଥ ଗ୍ରହଣ କରାଇ ଦେଉନାହିଁ । ଏବିଭିପି ଓ ବିଜେପି ମଧ୍ୟରେ ସମ୍ପର୍କ କଣ ନେଇ ପ୍ରଶ୍ନ ଉଠିଛି । ଯାହାର ଉତ୍ତର ଜନତା ଆଗାମୀ ସମୟରେ ବିଚାର କରିବେ ବୋଲି କହିଛନ୍ତି ।










