ଭୁବନେଶ୍ୱର: ସୁରେଶ ମହାପାତ୍ରଙ୍କୁ କଡା କାଉଣ୍ଟର କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ । ସୁରେଶ ମହାପାତ୍ରଙ୍କ ବୟାନ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଲେ ଅନୀଲ । ବନ୍ୟା ସମୟରେ ରାଜନୀତି କରିବା ଉଚିତ ନୁହେଁ, ଏଭଳି ମତାମତ ନ ଦିଅନ୍ତୁ । ଫାଇଲିନଠୁ ୬୫ ପ୍ରତିଶତ ଓ ତିତଲି ଠୁ ୩୦ ପ୍ରତିଶତ ଅଧିକ ବର୍ଷା ଗଞ୍ଜାମରେ ହୋଇଥିଲା । ସୁରେଶ ମହାପାତ୍ର ଜଳସମ୍ପଦ ସଚିବ ଥିବା ବେଳେ ବଡ ବନ୍ୟା ଆସିଥିଲା । ୨୦୧୧ରେ ୧୯ ଜିଲ୍ଲାର ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ସୁରେଶ ମହାପାତ୍ର ସ୍ପଷ୍ଟ କରିବେ କି ସେହି ବନ୍ୟା କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଅନୀଲ । ଛତିଶଗଡରେ ୧୦୦ ବ୍ୟାରେଜ କଲେ ବି ଓଡିଶାକୁ ସମସ୍ୟା ହେବନି କହିଥିଲେ ସୁରେଶ । ତେଣୁ ଇତିହାସକୁ ନଭୁଲି ସଠିକ ତଥ୍ୟ ରଖନ୍ତୁ ସୁରେଶ ବୋଲି ଅନୀଲ ବିଶ୍ୱାଳ କହିଛନ୍ତି ।










