30.1 C
Bhubaneswar
Monday, November 9, 2026
Homeଓଡିଶାବଢ଼ିଲା ଭାସ୍କର ରାଓଙ୍କ ପାଇଁ ଅଡ଼ୁଆ: ଆଜି କୋର୍ଟରେ କରିପାରନ୍ତି ଆତ୍ମସମର୍ପଣ

ବଢ଼ିଲା ଭାସ୍କର ରାଓଙ୍କ ପାଇଁ ଅଡ଼ୁଆ: ଆଜି କୋର୍ଟରେ କରିପାରନ୍ତି ଆତ୍ମସମର୍ପଣ

ରାୟଗଡ଼ା: ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓଙ୍କ ପାଇଁ ବଢ଼ିଲା ଅଡ଼ୁଆ।  ଆଜି ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଭାସ୍କର ରାଓ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ହେଉଛି ଆତ୍ମସମର୍ପଣ ପାଇଁ ଧାର୍ଯ୍ୟ ହୋଇଥିବା ଶେଷ ଦିନ ।୨୦୧୦ ଡିସେମ୍ବର ୨୩ ତାରିଖରେ ପୂର୍ବତନ କାଉନସିଲର ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାକୁ ନେଇ ଭାସ୍କର ରାଓଙ୍କ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ହାଇକୋର୍ଟ ଦେଇଥିବା ଜାମିନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଗତ ଅକ୍ଟୋବର ୨୬ ତାରିଖରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ସେହି ନିର୍ଦ୍ଦେଶର ସମୟସୀମା ପୂରଣ ହେଉଛି ।ତେବେ ଆଜି ଭାସ୍କର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରୁଛନ୍ତି କି ନାହିଁ, ଏବଂ ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking