29.1 C
Bhubaneswar
Sunday, November 8, 2026
Homeଓଡିଶାଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଶ୍ରମ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରଠାରେ ଆଜି ଶ୍ରମ ନିର୍ଦ୍ଦେଶାଳୟର କ୍ଷେତ୍ରୀୟ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଶ୍ରମିକ କଲ୍ୟାଣ, ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ, ଦାଦନ ଶ୍ରମିକ ସମସ୍ୟାର ନିରାକରଣ, ଶ୍ରମ ବିଭାଗର କାର୍ଯ୍ୟାଳୟ ନିର୍ମାଣ, PAReSHRAM ପୋର୍ଟାଲ୍ ଓ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ର କାର୍ଯ୍ୟକାରିତା ସମେତ ବିଭିନ୍ନ ଶ୍ରମ ଆଇନ ଓ କଲ୍ୟାଣକାରୀ ବୋର୍ଡର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା ବୈଠକ ଏବଂ ନିର୍ଦ୍ଧାରିତ ସମୟରେ ଅଗ୍ରଗତି ରିପୋର୍ଟ ଦାଖଲ ମାଧ୍ୟମରେ ତଦାରଖ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବ୍ୟବସ୍ଥା ଅନୁଯାୟୀ, ଯୁଗ୍ମ ଶ୍ରମ କମିଶନରମାନେ (JLC) ପ୍ରତି ମାସ ୭ ତାରିଖରେ ପ୍ରଭାଗୀୟ ଶ୍ରମ କମିଶନର (DLC) ଓ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କ (DLO) କାର୍ଯ୍ୟ ସମୀକ୍ଷା କରିବେ। ସେହିପରି, ଡିଏଲ୍‌ସିମାନେ ପ୍ରତି ମାସ ୪ ତାରିଖରେ ଡିଏଲ୍‌ଓମାନଙ୍କର ଏବଂ ଡିଏଲ୍‌ଓମାନେ ପ୍ରତି ମାସ ୨ ଓ ୧୭ ତାରିଖରେ ସହକାରୀ ଶ୍ରମ ଅଧିକାରୀ (ALO) ଓ ନିରୀକ୍ଷକମାନଙ୍କ କାର୍ଯ୍ୟ ସମୀକ୍ଷା କରିବେ।

୨୦୨୯ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ହାସଲ ଦିଗରେ ଅକ୍ଟୋବର ୨ରୁ ନଭେମ୍ବର ୧୪, ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ସଫଳ ରୂପାୟନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହ ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, କଲ୍ୟାଣକାରୀ ଯୋଜନାରେ ସେମାନଙ୍କୁ ସାମିଲ, କାର୍ଯ୍ୟସ୍ଥଳୀ ଯାଞ୍ଚ ଏବଂ ଶ୍ରମ ବିଭାଗର କାର୍ଯ୍ୟାଳୟ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। ଶ୍ରମିକଙ୍କ ଅଧିକାର ସୁରକ୍ଷା ଓ କଲ୍ୟାଣକାରୀ ସେବାର ସୁବିଧା ସୁନିଶ୍ଚିତ କରିବା ପାଇଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଓ ଦୃଢ଼ ତଦାରଖ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଡୋଡ୍ଡା ଭେଙ୍କଟ ସ୍ୱାମୀ, ଶ୍ରମ ଆୟୁକ୍ତ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ପ୍ରଭାଗୀୟ ଶ୍ରମ କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking