29.1 C
Bhubaneswar
Saturday, November 7, 2026
Homeଓଡିଶାକ୍ଷତି ପୂରଣ ଓ ସହାୟତା ରାଶି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ପରାମର୍ଶ: ନବୀନ

କ୍ଷତି ପୂରଣ ଓ ସହାୟତା ରାଶି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ପରାମର୍ଶ: ନବୀନ

ଭୁବନେଶ୍ୱର: ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବନ୍ୟା କ୍ଷତ୍ରିଗ୍ରସ୍ତ , ଶେରଗଡ଼, ହିଞ୍ଜିଳି,ଆସିକା ଓ ସୋରଡ଼ା ଅଞ୍ଚଳ ବୁଲି ବିପନ୍ନ ଲୋକ ଙ୍କୁ ଭେଟି ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ ଓ ସମବେଦନା ଜଣାଇଥିଲେ।ଶ୍ରୀ ପଟ୍ଟନାୟକ ଙ୍କୁ ଭେଟି ବାକୁ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କର ପ୍ରିୟ ନେତାଙ୍କ ନିକଟରେ ସେମାନଙ୍କ ଦୁଃଖ ଜଣାଇ ଥିଲେ। ଚାଷୀ ମାନେ ନଷ୍ଟ ହୋଇ ଯାଇଥିବା ଧାନ କେଣ୍ଡା ଓ ଆଖୁ ଗଛ ଧରି ବନ୍ୟା ପରିଚାଳନା ରେ ସରକାରୀ ଉଦାସୀନତା ଯୋଗୁଁ ସେମାନେ ବରବାଦ ହୋଇ ଯାଇଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ବନ୍ୟା ରେ ଘର ଭାଙ୍ଗି ଯାଇଥିବା ଓ ନିଜ ଜୀବିକା ହରାଇଥିବା ଲୋକ ମାନେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ସେମାନଙ୍କ ଅସୁବିଧା ଜଣାଇଥିଲେ। ଶେରଗଡ଼ ସହର ଓ ଆସ୍କା ସହର ର ଲୋକମାନେ ବନ୍ୟା ପାଣି କିପରି ଘରେ ପଶି ସେମାନଙ୍କ ସବୁ କିଛି ନଷ୍ଟ କରିଦେଲା ସେ ସମ୍ପର୍କରେ ସେମାନେ ନବୀନ ପଟ୍ଟନାୟକ ଙ୍କୁ ଅବଗତ କରାଇଥିଲେ।ଚବିଶ ବର୍ଷ ଶାସନ ରେ ଏଭଳି ହଇରାଣ ଗଞ୍ଜାମ ବାସୀ କେବେ ହୋଇ ନ ଥିଲେ ବୋଲି ଲୋକ ମାନେ ଅଶ୍ରୁଳ ନୟନରେ ତାଙ୍କ ପ୍ରିୟ ନେତାଙ୍କୁ କହି ତାଙ୍କ ଦୁଃଖ ଜଣାଇଥିଲେ ।ଲୋକଙ୍କ ଅସୁବିଧା ଶୁଣିବା ପରେ ଶ୍ରୀ ନବୀନ ପଟ୍ଟନାୟକ ଭାବ ପ୍ରବଣ ହୋଇଯାଇଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଲୋକ ଦୁଃଖ ରେ ଅଛନ୍ତି। ବିପୁଳ କ୍ଷତି ହୋଇଛି। ସେମାନଙ୍କ ଆଖିରୁ ଏବେବି ଲୁହ ଝରୁଛି। ଲୋକ ଙ୍କ ଦୁଃଖ ପ୍ରତି ସମ୍ବେଦନ ଶୀଳ ହୋଇ ଏ ବିପଦ ସମୟରେ ସକ୍ରିୟ ରହି ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ସରକାର ଙ୍କ ନିକଟରେ ଦାବୀ କରିଥିଲେ। କ୍ଷତିପୂରଣ ଓ ସହାୟତା ରାଶି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ଆସ୍କା ଓ ଶେରଗଡ଼ ରେ ସ୍ଥାନୀୟ ବ୍ୟବଦାୟୀ ସଙ୍ଘ ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ସେମାନଙ୍କ କ୍ଷୟ କ୍ଷତି ସମ୍ପର୍କରେ ସ୍ମାରକ ପତ୍ର ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking