ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିଲେ ଜାରି ରଖନ୍ତୁ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ଯେଉଁ କାରଣରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଣି ଚାଲିବ ସର୍ବସାଧାରଣ ଦର୍ଶନ ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜୟବିଜୟ ଦ୍ବାର ତଳ ପାହାଚରେ ବାନ୍ତି ପଡ଼ିଥିଲା । ଯେଉଁ କାରଣରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ନୀତି ସମ୍ପନ୍ନ ହେବା ପରେ ହିଁ ଭକ୍ତମାନେ ଦର୍ଶନ କରିପାରିବେ ।










