ଭୁବନେଶ୍ଵର: ଗିଡ଼ିପାବାଲି ଦୁର୍ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରାଯାଇଛି। ନିୟୋଜିତ ଟିମ୍ଗୁଡ଼ିକର ନିରବଚ୍ଛିନ୍ନ ଉଦ୍ୟମ ଫଳରେ ୫ ଟି ମୃତଦେହ ଉଦ୍ଧାର କରାଯାଇପାରିଛି, ଆଜି ଉଦ୍ଧାର ହୋଇଥିବା ମୃତକମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଦ୍ୱାରା ସଠିକ୍ ଭାବେ ଚିହ୍ନଟ କରାଯାଇଛି:•ଅରୁଣା ପ୍ରଧାନ (୭ ବର୍ଷ)•ଭୂମିକା ପ୍ରଧାନ (୨୭ ବର୍ଷ)•ବିଜୟ ପ୍ରଧାନ (୨୫ ବର୍ଷ)•ବାଗ୍ରୀ ପ୍ରଧାନ (୧ ବର୍ଷ)•ବିଜୟଲକ୍ଷ୍ମୀ ପ୍ରଧାନ (୬ ବର୍ଷ) ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ହିଁ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପ୍ରଶାସନ ପକ୍ଷରୁ ଅନ୍ତିମ ସଂସ୍କାର ସମ୍ପନ୍ନ କରିବାରେ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ଏହି ଦୁଃଖଦ ସମୟରେ ସମଗ୍ର ପ୍ରଶାସନ ପୀଡ଼ିତ ପରିବାରବର୍ଗଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି।ଅବଶିଷ୍ଟ ନିଖୋଜ ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ପ୍ରଶାସନ ଓ ଉଦ୍ଧାରକାରୀ ଓଡ୍ରାଫ୍ (ODRAF) ଏବଂ ଅଗ୍ନିଶମ ବାହିନୀ (Fire teams) ର ସ୍ୱତନ୍ତ୍ର ଟିମ୍ ସେଠାରେ ଉପସ୍ଥିତ ଅଛନ୍ତି ।










