ନୂଆଦିଲ୍ଲୀ :ଦୀପାବଳି ଓ ଧନତେରସ୍ ପୂର୍ବରୁ ଉତ୍ସବମୁଖର ଦେଶର ରାଜଧାନୀ ଦିଲ୍ଲୀ । ସହରର ବିଭିନ୍ନ ବଜାରରେ ଜମିଛି ପ୍ରବଳ ଭିଡ଼। ସାଜସଜ୍ଜା ସାମଗ୍ରୀଠାରୁ ଆରମ୍ଭ କରି ସୁନା, ରୂପା ଓ ବାସନକୁସନ କିଣିବା ପାଇଁ ଦୋକାନଗୁଡ଼ିକରେ ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ । ଆଲୋକମାଳାରେ ଝଲସୁଛି ବଜାର। ପାର୍ବଣ କିଣାକିଣିକୁ ନେଇ ଗ୍ରାହକଙ୍କ ସହ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ବଢ଼ିଛି ଉତ୍ସାହ ।
ଦିଲ୍ଲୀର ଚାନ୍ଦିନୀ ଚୌକ୍, ସଦର ବଜାର, ସରୋଜିନୀ ନଗର, ଲାଜପତ ନଗର ଓ କରୋଲ ବାଗ୍ ଭଳି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମିଛି। ତେବେ ଏହି ଭିଡ଼ ଏବେ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ଅତ୍ୟଧିକ ଯାନବାହନ ଚଳାଚଳ ଓ ବେଆଇନ ପାର୍କିଂ ଯୋଗୁଁ ଅନେକ ରାସ୍ତାରେ ଗାଡ଼ି ଚଳାଚଳ ଧିମେଇ ଯାଇଛି ।ଆଶ୍ରମ ଫ୍ଲାଏଓଭର୍, ଧୌଲା କୁଆଁ, ଆଇଟିଓ ଏବଂ ରିଙ୍ଗ୍ ରୋଡ୍ ସଂଯୋଗକାରୀ ମୁଖ୍ୟ ରାସ୍ତାରେ ଲମ୍ବା ଗାଡ଼ି ଲାଇନ୍ ଦେଖିବାକୁ ମିଳିଛି । ଅଫିସ୍ରୁ ଫେରୁଥିବା ଲୋକ ଓ ପାର୍ବଣ କିଣାକିଣି ପାଇଁ ବାହାରିଥିବା ଲୋକେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ରେ ଫସି ହଇରାଣ ହେଉଛନ୍ତି । ଗୋଟିଏ ପଟେ ପାର୍ବଣର ଉତ୍ସାହ, ଅନ୍ୟପଟେ ଟ୍ରାଫିକ୍ ଜାମ୍ ଯୋଗୁଁ ଦିଲ୍ଲୀବାସୀଙ୍କ ଯାତାୟାତ କଷ୍ଟକର ହୋଇପଡ଼ିଛି ।










