ନୂଆଦିଲ୍ଲୀ : ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ରାଜ୍ୟରେ ସାମ୍ପ୍ରତିକ ବାତ୍ୟା ପରବର୍ତ୍ତୀ ସ୍ଥିତି, ରିଲିଫ୍ ତଥା ପୁନରୁଦ୍ଧାର କାର୍ଯ୍ୟ ବାବଦରେ ଆଲୋଚନା ହୋଇଛି।ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ନିମନ୍ତେ ଭିତ୍ତିଭୂମି ସୁଦୃଢ଼ୀକରଣ ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ତ୍ୱରିତ ସହାୟତା ତଥା ନିରନ୍ତର ସହଯୋଗ ପାଇଁ ଗୃହମନ୍ତ୍ରୀ ଶାହଙ୍କୁ କୃତଜ୍ଞତା ଜଣାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।










