29.1 C
Bhubaneswar
Thursday, November 5, 2026
Homeଓଡିଶାଯୁକ୍ତ୨ ନାମଲେଖା: ତୃତୀୟ ପର୍ଯ୍ୟାୟରେ ୧୦,୧୫୮ ଛାତ୍ରୀଛାତ୍ର ମନୋନୀତ

ଯୁକ୍ତ୨ ନାମଲେଖା: ତୃତୀୟ ପର୍ଯ୍ୟାୟରେ ୧୦,୧୫୮ ଛାତ୍ରୀଛାତ୍ର ମନୋନୀତ

ଭୁବନେଶ୍ୱର : ଯୁକ୍ତ୨ ନାମଲେଖାର ତୃତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ୧୦,୧୫୮ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ଏହି ପର୍ଯ୍ୟାୟରେ  ମୋଟ ୧୦,୫୦୨ଜଣ ଆବେଦନ କରିଥିଲେ। ଚୟନ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ କଳା ବିଭାଗରେ ସର୍ବାଧିକ ୬,୦୯୮ ଜଣ ଥିବାବେଳେ ବିଜ୍ଞାନରେ ୨,୩୮୪, ସଂସ୍କୃତରେ ୧,୦୦୦, ବାଣିଜ୍ୟରେ ୫୦୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୭୦ ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୫,୨୮୮ ଜଣ ଛାତ୍ର ଏବଂ ୪,୮୭୦ ଜଣ ଛାତ୍ରୀ ରହିଛନ୍ତି। ସେହିପରି ୧୦,୧୫୮ ଜଣଙ୍କ ମଧ୍ୟରୁ ୪,୬୬୯ ଜଣ ପ୍ରଥମ ପସନ୍ଦର ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମନୋନୀତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking