29.1 C
Bhubaneswar
Thursday, November 5, 2026
Homeଓଡିଶାଆନ୍ଧ୍ରରେ ଭୋଟ୍‌ ଦେଇ ଫେରୁଛନ୍ତି ଓଡ଼ିଆ ଭୋଟର!

ଆନ୍ଧ୍ରରେ ଭୋଟ୍‌ ଦେଇ ଫେରୁଛନ୍ତି ଓଡ଼ିଆ ଭୋଟର!

କୋଟିଆ: କୋଟିଆରେ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ । ଆନ୍ଧ୍ରପ୍ରଦେଶରେ ଭୋଟ୍‌ ଦେଇ ନିଜ ଗାଁକୁ ଫେରୁଛନ୍ତି କୋଟିଆ ଅଞ୍ଚଳର ଅନେକ ଭୋଟର । ଆନ୍ଧ୍ର ସୀମା ସାରିକାରେ ମତଦାନ କରି ଫେରୁଥିବା ଲୋକଙ୍କୁ ନେଇ କୋଟିଆରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ଅନେକ ଭୋଟର ରାତିରୁ ହିଁ ଆନ୍ଧ୍ରକୁ ଯାଇ ମତଦାନ କରିଥିବା ବେଳେ ଆଉ କିଛି ଲୋକ ଏବେ ମଧ୍ୟ ସେଠାକୁ ଯାଇ ଭୋଟ୍‌ ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି ।ଅନ୍ୟପଟେ ଆନ୍ଧ୍ରରେ ଭୋଟ୍‌ ଦେବାକୁ ଯାଉଥିବା ଲୋକଙ୍କୁ ଅଟକାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଆନ୍ଧ୍ରରେ ଭୋଟ୍‌ ଦେଇ ଫେରୁଥିବା ଭୋଟରଙ୍କୁ ଘୋର ବିରୋଧ କରୁଛନ୍ତି ସ୍ଥାନୀୟ ନେତୃତ୍ୱ । ଓଡ଼ିଶାର ସୁବିଧା ସୁଯୋଗ ଉପଭୋଗ କରିବା ସହ ଆନ୍ଧ୍ରରେ ଭୋଟ୍‌ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନେତା ଓ କର୍ମୀ । ଏପରିକି, “ଓଡ଼ିଶାରେ ଖାଇବ, ଆନ୍ଧ୍ରରେ ଭୋଟ୍‌ ଦେବ” ବୋଲି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି ।ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ଏକାଠି ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ । ଫଳରେ କୋଟିଆ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିବା ସହ ସୀମାରେ ଉତ୍ତେଜନା ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking