29.1 C
Bhubaneswar
Tuesday, November 3, 2026
Homeଦେଶ ବିଦେଶନେହା ବୋରାଙ୍କ ବୟାନରେ ରାଜନୈତିକ ଝଡ଼: ରାହୁଲଙ୍କୁ ଘେରିଲା ବିଜେପି

ନେହା ବୋରାଙ୍କ ବୟାନରେ ରାଜନୈତିକ ଝଡ଼: ରାହୁଲଙ୍କୁ ଘେରିଲା ବିଜେପି

ନୂଆଦିଲ୍ଲୀ : ଛାତ୍ରୀ ନେତ୍ରୀ ନେହା ବୋରାଙ୍କ ବିବାଦୀୟ ବୟାନକୁ ନେଇ ତେଜିଲା ରାଜନୀତି । ବ୍ରାହ୍ମଣବାଦୀ ବ୍ୟବସ୍ଥା ଓ ମନ୍ଦିରରେ ମହିଳାଙ୍କ ସୁରକ୍ଷାକୁ ନେଇ ତାଙ୍କ ମନ୍ତବ୍ୟ ପରେ ଆକ୍ରମଣାତ୍ମକ ହୋଇଛି ବିଜେପି । ଏହାକୁ କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତା ବୋଲି ଅଭିହିତ କରିଛି ଦଳ। ଏଥିସହ ରାହୁଲ ଗାନ୍ଧୀଙ୍କ ପୁରୁଣା ବୟାନକୁ ମନେ ପକାଇ ତାଙ୍କୁ ଟାର୍ଗେଟ କରିଛି ବିଜେପି ।ନେହା ବୋରାଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ହଟଚମଟ । ବ୍ରାହ୍ମଣବାଦୀ ବ୍ୟବସ୍ଥା ମହିଳା, ଗରିବ ଓ ଶୋଷିତଙ୍କୁ ଦମନ କରୁଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ନେତ୍ରୀ। ଏପରିକି ମନ୍ଦିର ଭିତରେ ମଧ୍ୟ ମହିଳାମାନେ ସୁରକ୍ଷିତ ନଥିବା ନେଇ ମନ୍ତବ୍ୟ ଦେଇଛନ୍ତି । ନିଜ ଯୁକ୍ତିରେ ୨୦୧୮ ମସିହାର କଠୁଆ ଗଣଦୁଷ୍କର୍ମ ଘଟଣାର ଉଦାହରଣ ଦେଇଥିଲେ ନେହା ।ଏହାକୁ ନେଇ ନେହାଙ୍କୁ ଘେରିଛି ବିଜେପି । ଦଳର ଜାତୀୟ ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ତାଙ୍କ ବୟାନକୁ ସମାଲୋଚନା କରିବା ସହ ଏହାକୁ ରାହୁଲ ଗାନ୍ଧୀଙ୍କ ପୁରୁଣା ମନ୍ତବ୍ୟର ପ୍ରତିଫଳନ ବୋଲି କହିଛନ୍ତି । ଏହା କେବଳ ଏକ ବୟାନ ନୁହେଁ, ବରଂ ସନାତନ ଧର୍ମ ବିରୋଧରେ ଏକ ଚିନ୍ତାଧାରାଗତ ଅଭିଯାନ ବୋଲି ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking