29.1 C
Bhubaneswar
Tuesday, November 3, 2026
Homeଓଡିଶାଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ଭକ୍ତଙ୍କ ବାନ୍ତି; ଦେଢ଼ ଘଣ୍ଟା ଦର୍ଶନ ବନ୍ଦ

ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ଭକ୍ତଙ୍କ ବାନ୍ତି; ଦେଢ଼ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିର ଭିତରେ ଧୁକୁଡ଼ି ଦ୍ୱାର ନିକଟରେ ଜଣେ ଭକ୍ତ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହେଉଛି। ଏହା ଫଳରେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଧୁକୁଡ଼ି ଦ୍ୱାର ନିକଟରେ ଜଣେ ଭକ୍ତ ଅସୁସ୍ଥ ହୋଇ ବାନ୍ତି କରିଦେଇଥିଲେ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମନ୍ଦିର ଭିତରେ ବାନ୍ତି, ଛେପ ପଡିଲେ ତାହା ଅଶୌଚ ବୋଲି ବିବେଚନା କରାଯାଏ ଓ ତୁରନ୍ତ ମହାସ୍ନାନ କରାଯାଇଥାଏ।ତେଣୁ ଶାସ୍ତ୍ର ଅନୁଯାୟୀ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାସ୍ନାନ ଶେଷ ହେବା ଯାଏଁ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିବ। ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking