29.1 C
Bhubaneswar
Tuesday, November 3, 2026
Homeଓଡିଶାବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗଜପତିରେ କେନ୍ଦ୍ରୀୟ ଟିମ୍

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗଜପତିରେ କେନ୍ଦ୍ରୀୟ ଟିମ୍

ପାରଳାଖେମୁଣ୍ଡି: ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ଲଗାଣ ବର୍ଷା, ବନ୍ୟାଏବଂ ଭୂସ୍ଖଳନ ଯୋଗୁଁ ଗଜପତି ଜିଲ୍ଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ କରିବାକୁ ଆଜି ଏକ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଦଳ ଜିଲ୍ଲା ଗସ୍ତରେ ଆସିଛନ୍ତି। ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚାଲିଛି। କେନ୍ଦ୍ରୀୟ ଦଳରେ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର, କୃଷି ଓ କୃଷକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡ. ମାନ ସିଂହ, ରାହୁଲ ଚୌରାସିଆ (ଉପନିର୍ଦ୍ଦେଶକ), ଜଳଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶକ ଦିଲୀପ କୁମାର ଜେନା, ବିଦ୍ୟୁତ୍‌ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ କରଣ ସରିନ୍‌, ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ଅଧୀକ୍ଷଣ ଯନ୍ତ୍ରୀ ସୁନିଲ କୁମାର, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରି ଅଜୟ କୁମାର ସାହୁ ଏବଂ ମହାକାଶ ବିଭାଗ ଅଧୀନ ଇସ୍ରୋର ଏନ୍‌ଆର୍‌ଏସ୍‌ସି ବୈଜ୍ଞାନିକ ‘ଡି’ ସି. ସାଇ କ୍ରିଷ୍ଣା ସାମିଲ ଅଛନ୍ତି। ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଅଛନ୍ତି।ଜିଲ୍ଲାରେ ବାତ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ରାସ୍ତାଘାଟ, ପୋଲ, ବିଦ୍ୟୁତ୍‌ ଭିତ୍ତିଭୂମି, ଜଳସେଚନ ପ୍ରକଳ୍ପ ଓ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ ଦଳକୁ ବିଭାଗୱାରୀ ତଥ୍ୟ ପ୍ରଦାନ କରାଯାଉଛି। ବୈଠକ ପରେ କେନ୍ଦ୍ରୀୟ ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking