28.1 C
Bhubaneswar
Monday, November 2, 2026
Homeଓଡିଶାକନ୍ଧମାଳ ଜିଲ୍ଲାର ପ୍ରସ୍ତୁତି

କନ୍ଧମାଳ ଜିଲ୍ଲାର ପ୍ରସ୍ତୁତି

– ସୁରକ୍ଷିତ ସ୍ଥାନାନ୍ତରଣ: ଜିଲ୍ଲାରେ ମୋଟ ୩୫ଟି ପକ୍କା ଆଶ୍ରୟସ୍ଥଳୀକୁ ୨,୩୯୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୮୪୮ ଜଣ ପୁରୁଷ, ୧,୦୩୦ ଜଣ ମହିଳା ଏବଂ ୪୫୦ ଜଣ ଶିଶୁ ଅଛନ୍ତି।

– ଆଶ୍ରୟସ୍ଥଳୀର ସ୍ଥିତି : ଜିଲ୍ଲାରେ ମୋଟ ୩୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି।

– ଓଡ୍ରାଫ୍ ଟିମ୍ : ୧ଟି ଓଡ୍ରାଫ୍ ଟିମ୍ ମୁତୟନ ରହିଛି।

– ଏନ୍‌ଡିଆର୍‌ଏଫ୍ ଟିମ୍ : ମୋଟ ୨ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଜି. ଉଦୟଗିରି ଏବଂ ରାଇକିଆଠାରେ ମୁତୟନ କରାଯାଇଛି।

– ଅଗ୍ନିଶମ ବାହିନୀ : ବିପଦପ୍ରବଣ ବ୍ଲକ୍‌ଗୁଡ଼ିକରେ ମୋଟ ୭ଟି ଅଗ୍ନିଶମ ଟିମ୍ ମୁତୟନ ରହିଛନ୍ତି। ସେଥିମଧ୍ୟରୁ ଜି. ଉଦୟଗିରିରେ ୫ଟି ଏବଂ ରାଇକିଆରେ ୨ଟି ଟିମ୍ ମୁତୟନ ହୋଇଛନ୍ତି। ସମଗ୍ର ଜିଲ୍ଲାରେ ମୋଟ ୯ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି।

– ଗର୍ଭବତୀ ମହିଳାଙ୍କ ସ୍ଥାନାନ୍ତରଣ : ମୋଟ ୧୪୬ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

– ବରିଷ୍ଠ ଅଧିକାରୀଙ୍କ ମୁତୟନ : ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।

– ଉପଜିଲ୍ଲାପାଳ/ସହକାରୀ ଜିଲ୍ଲାପାଳଙ୍କ ମୁତୟନ : ଆବଶ୍ୟକ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।

– ନିୟନ୍ତ୍ରଣ କକ୍ଷ : ଜିଲ୍ଲା ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିଛି।

– ବର୍ଷାର ପରିମାଣ : ୦୨.୧୧.୨୦୨୬ ତାରିଖ ସକାଳ ୮ଟା ସୁଦ୍ଧା ଜିଲ୍ଲାର ହାରାହାରି ବର୍ଷା ପରିମାଣ ୭.୫୮ ମି.ମି. ରେକର୍ଡ କରାଯାଇଛି।

– ପବନର ସ୍ଥିତି : ବିଶେଷ ଭାବେ ପବନର ପ୍ରଭାବ ପରିଲକ୍ଷିତ ହୋଇନାହିଁ।

ପ୍ରସ୍ତୁତି ଓ ମୌଳିକ ସୁବିଧା

– ୧୮ଟି ଗ୍ରାମ ପଞ୍ଚାୟତ ଏବଂ ୬୨ଟି ବିପଦପ୍ରବଣ ଜନବସତିରେ ସକ୍ରିୟ ଭାବେ ସ୍ଥାନାନ୍ତରଣ ଓ ଆଗୁଆ ପ୍ରସ୍ତୁତିମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

– ସମସ୍ତ କାର୍ଯ୍ୟକ୍ଷମ ଆଶ୍ରୟସ୍ଥଳୀରେ ଔଷଧ, ବିଦ୍ୟୁତ୍, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

– ରାସ୍ତା ଅବରୋଧ ହଟାଇବା ଓ ଯାତାୟାତ ସ୍ୱାଭାବିକ କରିବା ପାଇଁ ବିଭିନ୍ନ ବ୍ଲକ୍‌ରେ ୩୭ଟି ଜେସିବି ମେସିନ୍ ମୁତୟନ କରାଯାଇଛି ।

– ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମାଇକ୍ ଯୋଗେ ପ୍ରଚାର କରାଯାଉଛି।

– ସମସ୍ତ ୧୨ଟି ବ୍ଲକ୍‌ରେ ଷ୍ଟାଣ୍ଡବାଇ ଜେନେରେଟର, ପାଣି ଟ୍ୟାଙ୍କର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ସୁନିଶ୍ଚିତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking