29.1 C
Bhubaneswar
Saturday, October 31, 2026
Homeଓଡିଶାରାଜ୍ୟ ସ୍ତରୀୟ ଇନ୍ଦିର ଗାନ୍ଧୀ ସ୍ମୃତି ସମିତି ତରଫରୁ ରାଷ୍ଟ୍ରୀୟ ସଂକଳ୍ପ ଦିବସ ରାଜ୍ୟସ୍ତରୀୟ ସମାରୋହ...

ରାଜ୍ୟ ସ୍ତରୀୟ ଇନ୍ଦିର ଗାନ୍ଧୀ ସ୍ମୃତି ସମିତି ତରଫରୁ ରାଷ୍ଟ୍ରୀୟ ସଂକଳ୍ପ ଦିବସ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଇନ୍ଦିରା ଗାନ୍ଧୀଙ୍କ ୪୨ତମ ତିରୋଧାନ ଦିବସ ଅବସରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ସୌଜନ୍ୟତାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ତରଫରୁ ଭୁବନେଶ୍ୱର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ ଠାରେ ରାଷ୍ଟ୍ରୀୟ ସଂକଳ୍ପ ଦିବସ ରାଜ୍ୟସ୍ତରୀୟ ସମାରୋହ ସ୍ମୃତି ସମିତିର ସାଧାରଣ ସମ୍ପାଦକ ଅମିୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା, ରାମଧୁନ ଭଜନ, ସଂକୀର୍ତ୍ତନ ଓ ଇନ୍ଦିରାଜୀଙ୍କ ଜୀବନୀ ଉପରେ ଆଧାରିତ ପାଲା ପରିବେଶଣ କରାଯାଇଥିଲା । ଉକ୍ତ ସମାରୋହରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗୋ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନ, ସମ୍ପାଦକ ପୃଥିବୀଲ୍ଲଭ ପଟ୍ଟନାୟକ ପ୍ରମୁଖ ବହୁ ନେତୃବୃନ୍ଦ ଶୁଭେଚ୍ଛୁ ଓ ସଂକୃତିବିତ ପ୍ରେମୀ ବହୁ ସଂଖ୍ୟାରେ ଯୋଗ ଦେଇ ସ୍ୱର୍ଗୀୟା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking