25.1 C
Bhubaneswar
Saturday, October 31, 2026
Homeଅପରାଧପତ୍ନୀର ପରକୀୟା ପ୍ରୀତି, ପ୍ରେମିକକୁ ଲଗାଇ ସ୍ୱାମୀଙ୍କୁ ଭୁସିଲା ଛୁରୀ

ପତ୍ନୀର ପରକୀୟା ପ୍ରୀତି, ପ୍ରେମିକକୁ ଲଗାଇ ସ୍ୱାମୀଙ୍କୁ ଭୁସିଲା ଛୁରୀ

ଗାଜିଆବାଦ : ଉତ୍ତର ପ୍ରଦେଶ ଗାଜିଆବାଦର ଜଣେ ମହିଳା ନିଜ ପ୍ରେମିକ ହାତରେ ସ୍ୱାମୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗୁରୁତର ଆହତ ସ୍ୱାମୀ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପତ୍ନୀ ଓ ତା ପ୍ରେମିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୁଲିସ । ଖବର ଅନୁଯାୟୀ ଗାଜିଆବାଦ ବସୁନ୍ଧରା ସେକ୍ଟର-୧ ଅଂଚଳର ପ୍ରିୟା ଶର୍ମା ଓ ଶଶାଙ୍କ କନ୍ଥାରିଆ ଗତ ୪ ବର୍ଷ ତଳେ ବିବାହ କରିଥିଲେ । ଉଭୟ ସରକାରୀ ଚାକିରି କରନ୍ତି । ସେମାନଙ୍କର ଏକ ୩ ବର୍ଷର ଶିଶୁକନ୍ୟା ମଧ୍ୟ ଅଛି । ଗତ ୭/୮ ମାସ ତଳେ ପ୍ରିୟା ନିକଟସ୍ଥ ଏକ ଜିମ୍‌ରେ ଫିଟ୍‌ନେସ୍ ପାଇଁ ଜଏନ୍ କରିଥିଲା । ତେବେ ସେଠାକାର ଟ୍ରେନର ପ୍ରତାପ ସିଂହ ସହ ପ୍ରିୟାର ପ୍ରେମ ସମ୍ପର୍କ ଗଢି ଉଠିଲା । ପ୍ରତାପ ସହ ପରକୀୟା ପ୍ରୀତିରେ ପ୍ରିୟା ଏମିତି ପାଗଳୀ ହୋଇଗଲା ଯେ, ସେ ବିବାହିତା, ତା’ର ସ୍ୱାମୀ ଓ ଟିକି ଝିଅଟିଏ ଅଛି ବୋଲି ଭୁଲିଗଲା । ଏକଥା ଜାଣିବା ପରେ ସ୍ୱାମୀ ଶଶାଙ୍କ ବ୍ୟଥୀତ ହୋଇ ପଡିଲେ । ଦୀପବାଳି ପରେ ଅନ୍ୟତ୍ର ଭଡ଼ା ଘର ନେଇ ରହିବାକୁ ଯୋଜନା କଲେ । ଏକଥା ଜାଣିବା ପରେ ପ୍ରିୟା ଓ ପ୍ରତାପ ରକ୍ତମୁଖା ହୋଇଗଲେ । ପ୍ରେମିକକୁ ଲଗାଇ ସ୍ୱାମୀଙ୍କୁ ରାସ୍ତାରୁ ହଟାଇଦେବାକୁ ପ୍ରିୟା ଯୋଜନା କଲା ।

ଯୋଜନା ମୁତାବକ ଗତ ୨୬ ତାରିଖ ବଡ଼ି ଭୋରୁ ଘର ଖୋଲା ରଖି ପ୍ରିୟା ନିଜ ଗାଡି ଧରି ଘରୁ ପଦାକୁ ବାହାରିଗଲା । ଏହି ମଉକାରେ ବାହାରେ ଲୁଚିଥିବା ପ୍ରତାପ ଘର ଭିତରକୁ ପ୍ରବେଶ କରି ନିଦରେ ଶୋଇଥିବା ଶଶାଙ୍କକୁ ଛୁରୀରେ ଆକ୍ରମଣ କରିବାକୁ ଲାଗିଲା । ଥରେ ନୁହଁ କି ଦୁଇଥର ନୁହଁ, ୧୨ ଥର ଛୁରୀରେ ସେ ଆକ୍ରମଣ କରିଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ । ତେବେ ଶଶାଙ୍କ ଚିତ୍କାର କରିବାରୁ ପାଖ ପଡୋଶୀ ଲୋକ ଧାଇଁ ଆସିଲେ । ଧରା ପଡିଯିବା ଭୟରେ ପ୍ରତାପ ଧାଇଁ ପଳାଇ ଯାଉଥିବା ବେଳେ ଆପାର୍ଟମେଂଟର ସିକ୍ୟୁରିଟି ଗାର୍ଡ ତାକୁ କାବୁ କରିନେଇଥିଲେ । ପୁଲିସ ଜେରା ବେଳେ ପ୍ରତାପ ସବୁ ସତ ମାନିଯାଇଥିଲା । ପ୍ରିୟା ଓ ସେ ଶଶାଙ୍କକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ପ୍ରିୟା ଘଟଣାଦିନ କବାଟ ଖୋଲାରଖି ବାହାରକୁ ଚାଲିଯାଇଥିଲା, ଫଳରେ ପ୍ରତାପ ଘର ଭିତରକୁ ପଶିବାକୁ ସହଜ ହୋଇଥିଲା । ଶଶାଙ୍କକୁ ହତ୍ୟା କରିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ଏଭଳି ନାରକୀୟ କାଣ୍ଡ ଘଟାଇବାକୁ ସେମାନେ ପଛାଇଲେ ନାହିଁ । ଗୁରୁତର ଅବସ୍ଥାରେ ଶଶାଙ୍କଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking