ବାଣପୁର : ଶୁକ୍ରବାରେ ନାଚୁଣୀ ଥାନା ହରିପୁର ଗାଁ ରେ ଘଟିଛି ଅଘଟଣ । ଜଙ୍ଗଲି ଜନ୍ତୁଙ୍କ ଠାରୁ ଫସଲ ସୁରକ୍ଷା ପାଇଁ ବିଲରେ ଲାଗିଥିବା ବିଦ୍ୟୁତ ବାଡ ଆଘାତରେ ବାପା ଓ ପୁଅଙ୍କର ଅକାଳ ମୃତ ଘଟିଛି । ସନ୍ଧ୍ୟା ସମୟରେ ରବିନ୍ଦ୍ର ଗୁରୁ ବିଲକୁ ଯାଇଥିଲେ । ତେବେ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ଫସଲ ରକ୍ଷା କରିବାକୁ ବିଲ ବାଡରେ ବିଦ୍ୟୁତ ସଂଯୋଗ କରାଯାଇଥିବା ଜାଣିନପାରି ବିଦ୍ୟୁତ ଆଘାତରେ ସେଠାରେ ପଡିଯାଇ ଛଟପଟ ହେଉଥିଲେ । ବାପା ରବିନ୍ଦ୍ରଙ୍କୁ ବିଦ୍ୟୁତ ଆଘାତ ରେ ଛଟପଟ ହେଉଥିବା ଦେଖି ପୁଅ ପବିତ୍ର ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ । ଗାଁ ଲୋକେ ଦେଖି ପୁଲିସକୁ ଖବର ଦେବାରେ ଘଟଣା ସ୍ଥଳରେ ନାଚୁଣୀ ପୁଲିସ ପହଞ୍ଚି ଉଭୟ ବାପ ପୁଅଙ୍କୁ ଟାଙ୍ଗି ଡାକ୍ତର ଖାନାକୁ ପଠାଇ ଥିଲେ . ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ବାପ ପୁଅଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି ।










