26.1 C
Bhubaneswar
Thursday, October 29, 2026
Homeଓଡିଶାବନ୍ୟାଞ୍ଚଳ ପରିଦର୍ଶନ କଲେ ଭଞ୍ଜନଗର ବିଧାୟକ

ବନ୍ୟାଞ୍ଚଳ ପରିଦର୍ଶନ କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର : ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି। ଗୁରୁବାର ପୁରୁଣା ସ୍ଥାନରେ ପୁଣି ବଡ଼ ବଡ଼ ପଥର ପାହାଡ଼ରୁ ଖସି ରାସ୍ତା ଉପରେ ପଡ଼ିଛି। ଫଳରେ ଘାଟି ରାସ୍ତାରେ ଯାତାୟାତ ସ୍ବାଭାବିକ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଶୁକ୍ରବାର ପରେ କଳିଙ୍ଗା ଘାଟି ରାସ୍ତା ଖୋଲିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପୁଣି ପଥର ଖସିବା ଯୋଗୁ ରାସ୍ତା କେବେ ଖୋଲିବ, ତାହା ସ୍ପଷ୍ଟ ହୋଇନାହିଁ।ଅନ୍ୟପକ୍ଷରେ, ଭଞ୍ଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ବନ୍ୟାଜଳ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି। ଏଥିସହ ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିବା ସହ ଧନଜୀବନର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

ଅନ୍ୟପଟେ, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଛନ୍ତି। ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଉପରେ ପ୍ରଥମ ଥର ପାଇଁ ବନ୍ୟାଜଳ ପ୍ରବାହିତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ବନ୍ୟା ଯୋଗୁ ଲୋକଙ୍କର କୋଟି କୋଟି ଟଙ୍କାର ଟିଭି, ଫ୍ରିଜ୍‌, ଗାଡ଼ି ସମେତ ଅନ୍ୟାନ୍ୟ ଆସବାବପତ୍ର ଓ ଘରୋଇ ସାମଗ୍ରୀ ନଷ୍ଟ ହୋଇଛି। ଏଥିସହ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ମଧ୍ୟ କ୍ଷତି ସହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking