25.1 C
Bhubaneswar
Tuesday, October 27, 2026
Homeଓଡିଶାଅସ୍ମିତାର କଥା କହି ଶାସନକୁ ଆସିଛ; କୋଟିଆବାସୀଙ୍କ ସ୍ବାଭିମାନକୁ ଜଗ: ଭକ୍ତ

ଅସ୍ମିତାର କଥା କହି ଶାସନକୁ ଆସିଛ; କୋଟିଆବାସୀଙ୍କ ସ୍ବାଭିମାନକୁ ଜଗ: ଭକ୍ତ

* କ୍ରମାଗତ ଅବହେଳାରୁ କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି; ଡବଲ-ଇଂଜିନ ସରକାର ଅଧିକ ଦାୟୀ
* ଓଡ଼ିଶାରୁ ହଜାରେ ଟଙ୍କା ଭତ୍ତା ପାଉଛୁ, ଆନ୍ଧ୍ରରୁ ୪ ଜହାର: ଗ୍ରାମବାସୀ
* ଓଡ଼ିଶା ସରକାରଙ୍କ ଭତ୍ତା ପାଇଁ କୋଟିଆ ବ୍ୟାଙ୍କକୁ ଦୌଡ଼ିବାକୁ ହେଉଛି
* ଗତ କିଛିବର୍ଷ ହେଲା ଆନ୍ଧ୍ର ଅଧିକାରୀ ଘନଘନ ଗସ୍ତ କରୁଛନ୍ତି

୧୯୩୬ରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ହେବା ଦିନଠାରୁ କୋଟିଆ ଓଡ଼ିଶାର ରହିଆସିଛି। ଓଡ଼ିଶାର ଐତିହ୍ୟକୁ ନେଇ ବହୁତ ଘଟଣାବଳୀ କୋଟିଆର ରହିଛି। ୧୯୫୬ରେ ଆନ୍ଧ୍ରପ୍ରଦେଶ ଗଠନ ହେବାବେଳେ ବି ସେମାନେ କେହି ଦାବି କରି ନ ଥିଲେ ଯେ କୋଟିଆ ତାଙ୍କର ବୋଲି। କିନ୍ତୁ ୨୦୨୪ରେ ଅସ୍ମିତାର କଥା କହି ବିଜେପିର ଡବଲଇଂଜିନ ସରକାର ହେଲା। ଓଡ଼ିଶାର ଖଣିଜ ସମ୍ପଦ ବିକ୍ରି କରିବା ପାଇଁ ସେମାନଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ବୋଲି ବିଜେପି ହୃଦୟଙ୍ଗମ କରୁ। ସମ୍ବିଧାନର ଧାରା ୩୭୧ ଅନୁସାରେ କୋଟିଆର ବିକାଶ ପାଇଁ ତା’ର ବଜେଟ ସ୍ବତନ୍ତ୍ର ଭାବେ ହେଉ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଦାବି କରିଛନ୍ତି। ମଙ୍ଗଳବାର କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାକାର ଲୋକଙ୍କ ସହ ମିଶିବା ପରେ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି, କୋଟିଆାର ପ୍ରତି ବ୍ୟକ୍ତି ଓ ପରିବାରର ବିକାଶ ପାଇଁ ଯାହା ଦରକାର, ସରକାରଙ୍କ ଦ୍ବାରା କରାଯାଉ। କୋଟିଆର ଲୋକଙ୍କୁ ଓଡ଼ିଶା ସରକାର ଭିକାରୀ ଅବସ୍ଥାରେ ନ ରଖନ୍ତୁ। କୋଟିଆର ଲୋକଙ୍କ ସମ୍ମାନ, ସ୍ବାଭିମାନ, ଜୀବନଯାତ୍ରା ପାଇଁ ଯାହା କରାଯାଇପାରିବ, ରାଜ୍ୟ ସରକାର କରନ୍ତୁ। ଆନ୍ଧ୍ରପ୍ରଦେଶ ସରକାର ତୁରନ୍ତ ପଂଚାୟତ ନିର୍ବାଚନ ବନ୍ଦ କରନ୍ତୁ। ଏବେ ବି କୋଟିଆରେ ଆମର ସରପଂଚ ଓ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି। କୌଣସି କ୍ଷେତ୍ରରୁ ଦେଖିଲେ ମଧ୍ୟ ଏ ଭୂମି ଆନ୍ଧ୍ରର ବୋଲି କୌଣସି ତର୍କ ହିଁ ନାହିଁ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, ବିଷମ କଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି, ପୂର୍ବତନ ବିଧାୟକ ଓ ପିସିସି ଉପସଭାପତି କୃଷ୍ଣଚନ୍ଦ୍ର ସଗରିଆ, ଡିସିସି ସଭାପତି ରୂପକ ତୁରୁକ ପ୍ରମୁଖ ନେତାଙ୍କ ସହ କୋଟିଆ ପଂଚାୟତର ଗଞ୍ଜେଇପଦର, ଉପରସେମ୍ବି ଓ ନେରେଡିବାଲାସା ସମେତ ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ପିସିସି ସଭାପତି ଶ୍ରୀ ଦାସ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ସରକାରଙ୍କଠାରୁ ପାଉଥିବା ଭତ୍ତାଠାରୁ ଆନ୍ଧ୍ରପ୍ରଦେଶ ସରକାରକାରଙ୍କଠାରୁ ସେମାନେ ଅଧିକ ଭତ୍ତା ପାଉଥିବା କୋଟିଆ ଗ୍ରାମବାସୀ ଜଣାଇଥିଲେ। ଓଡ଼ିଶା ହଜାରେ ଟଙ୍କାର ଭତ୍ତା ଦେଉଥିବା ବେଳେ ଆନ୍ଧ୍ର ୪ ହଜାର ଟଙ୍କା ଦେଉଛି। ଆନ୍ଧ୍ର ପ୍ରଥମେ ଆମକୁ ରାସନ କାର୍ଡ଼ ଦେଇଥିଲା। ପରେ ଓଡ଼ିଶାର କାର୍ଡ଼ ପାଇଲୁ ବୋଲି କହିଥିଲେ। ଯାହା କିଛି ଭତ୍ତା ଆମ ବ୍ୟାଙ୍କ ଖାତାରେ ଜମା ହେଉଥିଲା, ଏବେ ବିଜେପି ସରକାର ଆସିବା ପରେ ସେଥିପାଇଁ ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ୁଛି ବୋଲି ସେମାନେ ଅଭିଯୋଗ କରୁଥିଲେ। ତେବେ ଗତ କିଛିବର୍ଷ ହେଲା ଆନ୍ଧ୍ର ଅଧିକାରୀମାନେ ଘନଘନ ଗସ୍ତ କରୁଥିବା ପ୍ରତିନିଧି ଦଳ ଜାଣିବାକୁ ପାଉଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking