ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ପ୍ରଭାବକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ୩ଟି ଓଡ୍ରାଫ ଟିମ, ମୁତୟନ, ୨ଟି କଣ୍ଟ୍ରୋଲ ରୁମ ଖୋଲା ରହିଛି । ସେହିପରି ନବରଙ୍ଗପୁର, ରାୟଗଡ଼ା ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ୨୭ ଓ ୨୮ ଦୁଇ ଦିନ ବନ୍ଦ ରଖାଯିବା ନେଇ ଘୋଷଣା କରାଯାଇଛି । ତେବେ କୋରାପୁଟ, ମାଲକାନଗିରି ଓ ଗଞ୍ଜାମ ଜିଲାରେ ଗୋଟିଏ ଅତିରିକ୍ତ ଦିନ ଅର୍ଥାତ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଲେ ମଧ୍ୟ ଶିକ୍ଷକ, ଅଙ୍ଗନୱାଡି କର୍ମୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।










