25.1 C
Bhubaneswar
Monday, October 26, 2026
Homeଓଡିଶାଧଳାକୋଟ୍ ଏକ ପୋଷାକ ନୁହେଁ, ଏହା ରୋଗୀଙ୍କ ବିଶ୍ୱାସ ଓ ସେମାନଙ୍କ ପ୍ରତି ଦାୟିତ୍ୱର ପ୍ରତୀକ...

ଧଳାକୋଟ୍ ଏକ ପୋଷାକ ନୁହେଁ, ଏହା ରୋଗୀଙ୍କ ବିଶ୍ୱାସ ଓ ସେମାନଙ୍କ ପ୍ରତି ଦାୟିତ୍ୱର ପ୍ରତୀକ : ସୋଆ ଉପସଭାପତି

ଭୁବନେଶ୍ୱର: ରୋଗୀଙ୍କ ଦାନ୍ତର ଚିକିତ୍ସା ପାଇଁ ଦକ୍ଷତା ଆବଶ୍ୟକ। କିନ୍ତୁ ରୋଗୀଙ୍କ ବିଶ୍ୱାସ ଜିତିବା ପାଇଁ ସମ୍ବେଦନଶୀଳତା ଓ କରୁଣା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ। ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନସେସ୍ (ଆଇଡିଏସ୍‌)ର ୨୦୨୬ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ନବାଗତ ବିଡିଏସ୍ ଓ ଏମ୍‌ଡିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶନିବାର ଆୟୋଜିତ ଓରିଏଂଟେସନ୍ ଓ ହ୍ୱାଇଟ କୋଟ ସେରିମୋନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଧଳା କୋଟ୍ କେବଳ ଏକ ପୋଷାକ ନୁହେଁ, ଏହା ଜ୍ଞାନ, ଚିକିତ୍ସାଗତ ଦକ୍ଷତା, ସଚ୍ଚୋଟତା ଓ ମାନବିକତାର ପ୍ରତୀକ। ତେଣୁ ଛାତ୍ରଛାତ୍ରୀମାନେ ଏହି ଚିକିତ୍ସା ବୃତିର ମୂଲ୍ୟବୋଧକୁ ହୃଦୟଙ୍ଗମ କରି ରୋଗୀଙ୍କ ପ୍ରତି ଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ ବୋଲି ଶ୍ରୀମତି ଦାସ କହିଥିଲେ।

ସୋଆ ତା’ର ସବୁ ଅନୁଷ୍ଠାନରେ ଗୁଣବତାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଆଇଡିଏସ୍ ଲଗାତାର ଭାବେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌) ର‌୍ୟାଙ୍କିଙ୍ଗରେ ୨୦୨୫ରେ ଦେଶର ଶ୍ରେଷ୍ଠ ୯ମ ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ ନିଜ ସ୍ଥାନ ବଜାୟ ରଖିଛି। ତେଣୁ ଏହି ଅନୁଷ୍ଠାନର ଗାରିମାକୁ ଛାତ୍ରଛାତ୍ରୀ ହିଁ ଆଗକୁ ନେଇପାରିବେ ବୋଲି ଶ୍ରୀମତି ଦାସ ମନ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଡିନ ପ୍ରଫେସର ରୁଚି ଭୂୟାଁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସୋଆ କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱରର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଆଇଡିଏସ୍‌ର ଆସୋସିଏଟ୍ ଡିନ୍ ପ୍ରଫେସର ଅଭିଜିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଫେସର ଗାଥା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ହିପୋକ୍ରାଟିକ୍ ଶପଥ କରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking