28.1 C
Bhubaneswar
Monday, October 26, 2026
Homeଓଡିଶାରାଜନୀତିରେ ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦା ସୀମା ଭିତରେ ରହିବା ଜରୁରୀ: ମନମୋହନ...

ରାଜନୀତିରେ ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦା ସୀମା ଭିତରେ ରହିବା ଜରୁରୀ: ମନମୋହନ ସାମଲ

ଭୁବନେଶ୍ୱର: ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବେଶିତ। ଗଣତନ୍ତ୍ରରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ମତଭେଦ ଆଳରେ ନିଜର ମର୍ଯ୍ୟାଦା ଓ ରାଜନୈତିକ ଆଦର୍ଶକୁ ଉଲ୍ଲଂଘନ କରିବା ଉଚିତ ନୁହେଁ। ଅତୀତରେ ବିଜେପି ଦୀର୍ଘ ବର୍ଷ ଧରି ବିରୋଧୀ ଦଳ ଭୂମିକାରେ ଥିବାରୁ ବିରୋଧୀ ଦଳ ଦାୟିତ୍ୱ କ’ଣ ବୁଝିଛି। ବିରୋଧୀ ଦଳ ଭାବେ କଂଗ୍ରେସ ନିଜର ଦାୟିତ୍ୱ ଓ ଭୂମିକାକୁ ବୁଝିବା ଆବଶ୍ୟକ। ଦୀର୍ଘ ବର୍ଷ ଧରି ଦେଶର ଶାସନ କରିଥିବା କଂଗ୍ରେସ କ୍ଷମତାରେ ନଥିବା ଯୋଗୁ ହତାଶ ଓ ନିରାଶ ହୋଇଯାଇଛି, ଯାହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି ବୋଲି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି। ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଅରୁଣ ଜେଟଲୀ ପ୍ରମୋଦ ମହାଜନ ଓ ସୁଷମା ସ୍ୱରାଜଙ୍କ ଭଳି ବିଜେପି ନେତାମାନଙ୍କ ରାଜନୈତିକ ଯାତ୍ରା ଜନଜୀବନରେ କାର୍ଯ୍ୟରତ ସମସ୍ତ ନେତୃବୃନ୍ଦଙ୍କ ପାଇଁ ଅନୁକରଣୀୟ। ସେମାନେ କେବେ ବି ଭାଷା ଏବଂ ମର୍ଯ୍ୟାଦା ବାହାରକୁ ଯାଇକି ରାଜନୀତି କରିନାହାନ୍ତି। ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସୀମା ଭିତରେ ରହିବା ଜରୁରୀ। ଜଣେ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତାଙ୍କଠାରୁ ରାଷ୍ଟ୍ରୀୟ ସ୍ୱାଭିମାନ ଓ ଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଆଶା କରାଯାଏ। ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ। ଏଭଳି ବକ୍ତବ୍ୟକୁ ଯେତେ ନିନ୍ଦା କଲେ ତାହା କମ୍ ହେବ। ଜନସାଧାରଣ ହିଁ ଏଭଳି ହୀନ ଓ ସଂସ୍କାରବିହୀନ ରାଜନୈତିକ ଆଚରଣର ଉଚିତ ଜବାବ ଦେବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking