28.1 C
Bhubaneswar
Monday, October 26, 2026
Homeଓଡିଶାକଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କଲା ବିଜେପି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କଲା ବିଜେପି

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଦେଇଥିବା ବିବାଦୀୟ ମନ୍ତବ୍ୟଙ୍କୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି କଂଗ୍ରେସ ଅଧ୍ୟକ୍ଷ ଯେଉଁଭଳି ହୀନ ମନ୍ତବ୍ୟ ଦେଇଛନ୍ତି ତାହାକୁ କେବେ ସହ୍ୟ କରାଯିବ ନାହିଁ । ମୋଦିଜୀଙ୍କ ବାପାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଖଡ୍‌ଗେ ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ମୋଦିଜୀ ଏବଂ ତାଙ୍କ ପରିବାରକୁ ନେଇ କଂଗ୍ରେସ ପକ୍ଷରୁ ଅପମାନଜନକ ମନ୍ତବ୍ୟ ଦିଆଯାଇଛି । ରାଜନୀତିରେ ଏଭଳି ମନ୍ତବ୍ୟ ଦେଇ ଖଡ୍‌ଗେ ଭାଷା ଓ ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିଛନ୍ତି । ଏହା କେବଳ ଖଡ୍‌ଗେଙ୍କ ଭାଷା ନୁହେଁ ବରଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ହତାଶା ଭାବକୁ ପ୍ରତିଫଳନ କରୁଛି । ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ସମସ୍ତଙ୍କ ଆଗରେ ଖଡ୍‌ଗେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରୁ ବିକ୍ଷୋଭ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । “ଅସଫଳତାରୁ ଅସଭ୍ୟତା କଂଗ୍ରେସର କୁତ୍ସିତ ମାନସିକତା”, “ଅସଭ୍ୟ ହତାଶ କଂଗ୍ରେସ” ଆଦି ନାରାବାଜି କରାଯାଇ ଉଭୟଙ୍କ କୁଶପୁତଳିକା ଦାହ କରାଯାଇଥିଲା ।

ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦକ ସରୋଜ କୁମାର କର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ବରିଷ୍ଠ ନେତା ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାଏ, ମନୋଜ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ପ୍ରବକ୍ତା ଶତରୂପା ମିଶ୍ର, ତୃପ୍ତୀମୟୀ ମକଦ୍ଦମ, ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ସୁବ୍ରତ କୁମାର ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ଅନୁଜା ନନ୍ଦ, ସାଧାରଣ ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ, ସମ୍ପାଦିକା ନମିତା ମିଶ୍ର, ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ପ୍ରଧାନ, କଟକ ଗ୍ରାମିଣୀ ସଭାନେତ୍ରୀ ସ୍ୱାଗତା ପଟ୍ଟନାୟକ, କର୍ପୋରେଟର ଯଶୋଧରା ପ୍ରଧାନ, ବନ୍ଦିତା ପାଲଙ୍କ ସମେତ ବହୁ ମହିଳା ଓ ଯୁବ କାର୍ଯ୍ୟକର୍ତାମାନେ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking