30.1 C
Bhubaneswar
Friday, October 23, 2026
Homeଓଡିଶାବଢିଲା ବାତ୍ୟା ଭୟ! ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC

ବଢିଲା ବାତ୍ୟା ଭୟ! ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ SRC

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ- କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ- ପୂର୍ବ ବଙ୍ଗୋସାଗରରେ କ୍ଷେତ୍ର ସୃଷ୍ଟି ହୋଇଛି । ଅକ୍ଟୋବର ୨୪ରେ ଅବପାତ ଏବଂ ଅକ୍ଟୋବର ୨୫ରେ ଗଭୀର ଅବପାତର ରୂପ ନେବ । ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ଚିଠିରେ କୁହାଯାଇଛି ଯେ ଆଜି ସକାଳ ସାଢେ ୫ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃôଷ୍ଟି ହୋଇଛି । ଆସନ୍ତାକାଲି ଏହା ଅବପାତର ରୂପ ନେବ । ପଶ୍ଚିମ- ଉତ୍ତର ଦିଗରେ ଏହା ଗତି କରି ୨୫ ତାରିଖରେ ଗଭୀର ଅବପାତର ରୂପ ନେବ । ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ । ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking