31.1 C
Bhubaneswar
Tuesday, October 20, 2026
Homeଦେଶ ବିଦେଶଭାରତରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

ଭାରତରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

ନୂଆଦିଲ୍ଲୀ : ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଙ୍ଗଳବାର ଭାରତ ଗସ୍ତରେ ଆସି ମୁମ୍ବାଇଠାରେ ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ଜେନେଟି ରୁବିଓ ଏବଂ ଭାରତରେ ଆମେରିକା ରାଷ୍ଟ୍ରଦୂତ ସର୍ଗେଇ ଗୋର୍ ମଧ୍ୟ ଅଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ବିଶେଷ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଏଥିମଧ୍ୟରେ ଭାରତ ଆମେରିକା ମଧ୍ୟରେ ଶକ୍ତି, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ଅନେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଅନ୍ୟତମ । ନିଜର ଏହି ୩ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ରୁବିଓ ତାଜ ହୋଟେଲ ଠାରେ ୨୬/୧୧ ଆକ୍ରମଣ ସ୍ମାରକୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଭଡନଭିସଙ୍କ ସହ ମଧ୍ୟ ଆଲୋଚନା କରିବେ । ବୈଦେଶିକ ସଚିବ ଭାବେ ଏହା ହେଉଛି ରୁବିଓଙ୍କ ଦ୍ୱିତୀୟ ଭାରତ ଗସ୍ତ । ଏହା ପୂର୍ବରୁ ମେ ମାସରେ ସେ ଭାରତ ଆସିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking