28.1 C
Bhubaneswar
Saturday, October 17, 2026
Homeଓଡିଶାବିଜେଡି କଲେଜ୍ ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ତାର ଫଳ ଭୋଗିଛି: ଅନୀଲ...

ବିଜେଡି କଲେଜ୍ ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ତାର ଫଳ ଭୋଗିଛି: ଅନୀଲ ବିଶ୍ବାଳ

ଭୁବନେଶ୍ବର: ଓଡ଼ିଶାରେ ବିଜେଡି ଗତ ୮ ବର୍ଷ ଧରି କଲେଜ ଛାତ୍ରସଂସଦ ନିର୍ବାଚନ କରାଇଦେଉନଥିଲା।  ବିଜେଡି ନିର୍ବାଚନ ବନ୍ଦ କରି ଯେଉଁ ପାପ କରିଥିଲା, ଆଜି ତାର ଫଳ ଭୋଗିଛି। ବିଜେଡି ବି କଂଗ୍ରେସ ଭଳି ରୋଗରେ ଆକ୍ରାନ୍ତ। ଜିତିଲେ ସବୁ ଠିକ୍, ହାରିଲେ ଅନିୟମିତା କଥା ଉଠାଏ। ଆନ୍ଦୋଳନଜୀବୀମାନଙ୍କୁ ଏଥର କଡ଼ା ଜବାବ ଦେଇଛନ୍ତି ଛାତ୍ରସମାଜ। ବିଜେଡି ଓ କଂଗ୍ରେସର ମିଛ ନ୍ୟାରେଟିଭ୍ କୁ କଡ଼ା ଜବାବ ମିଳିଛି।

ଏଥର ଓଡ଼ିଶାରେ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୧୩ରୁ ୮ଟି ବିଶ୍ବବିଦ୍ୟାଳୟରେ ସଭାପତି ପଦ ଓ ୧୧ଟିରେ ସାଧାରଣ ସଂପାଦକ ପଦ ହାସଲ କରି ଏକଥା ପ୍ରମାଣିତ କରିଛି ଯେ ଓଡ଼ିଶାର ଛାତ୍ରସମାଜ ରାଷ୍ଟ୍ରବାଦ ସପକ୍ଷରେ ଅଛନ୍ତି। ଆଜି ବିଜେପିର ମୁଖପାତ୍ର ଏଭଳି ଢଙ୍ଗରେ ବିଜେଡିକୁ ସମାଲୋଚନ କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବାରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ଏବିଭିପିର କର୍ମକର୍ତ୍ତାମାନଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହ  ଅଭିନନ୍ଦନ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking