27.1 C
Bhubaneswar
Friday, October 16, 2026
Homeଓଡିଶାଦଶହରାରେ କଟକ ଜଗିବେ ୬୦ ପ୍ଲାଟୁନ ପୋଲିସ

ଦଶହରାରେ କଟକ ଜଗିବେ ୬୦ ପ୍ଲାଟୁନ ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି । ସହରରେ ବାରମ୍ବାର ସଡ଼କ ଦୁର୍ଘଟଣା ନେଇ ଚିନ୍ତା ବଢ଼ୁଛି । ପାର୍ବଣ ସମୟରେ ଟ୍ରାଫିକ୍ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି । ରାଜଧାନୀରେ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ପୋଲିସ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ୭୩ ଅଫିସର । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ । ଦୁର୍ଘଟଣା ରୋକିବାକୁ ଜନସଚେତନତା ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ଏହି ପ୍ରକ୍ରିୟା ଜାରି ରହିବ ।ମଦ୍ୟପାନ କରି ଗାଡ଼ି ଚାଳନା ଓ ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ନିବୃତ୍ତ ରହିବାକୁ ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ଅପିଲ୍ କରିଛନ୍ତି । ପାର୍ବଣରେ ଭିଡ଼ ନିୟନ୍ତ୍ରଣ ସହ ସୁଗମ ଯାତାୟାତ ଉପରେ ଫୋକସ୍ କରାଯାଇଛି । ଟ୍ରାଫିକ୍ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ମଦ୍ୟପାନ କରି ଗାଡ଼ି ଚାଳନା ଓ ବେପରୁଆ ଗାଡ଼ି ଚାଳକଙ୍କ ଉପରେ ରହିବ କଡ଼ା ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking