31.1 C
Bhubaneswar
Friday, October 16, 2026
Homeଓଡିଶାନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ

ମୟୁରଭଞ୍ଜ : ଓଡିଶାର ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ ତାରିଖରୁ ପୁଣି ଖୋଲିବ ବୋଲି ଏସଟିଆର ପକ୍ଷରୁ କୁହାଯାଇଛି । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ ଓ ଜୈବବିବିଧତାର ଅନନ୍ୟ ଭଣ୍ଡାର ଶିମିଳିପାଳ ପୁଣିଥରେ ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ । ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାକୁ ଯାଉଛି । ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ । ଅଭୟାରଣ୍ୟ ମଧ୍ୟରେ ରାତିରେ ସମ୍ପୁର୍ଣ୍ଣ ଯାତାୟତ ନିଷିଦ୍ଧ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ନିୟମ ଉଲ୍ଲଙ୍ଘନ କିମ୍ବା ଅଳିଆ ଆବର୍ଜନା ପକାଇଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି । ପର୍ଯ୍ୟଟନ ପରିଚାଳନାକୁ ସୁବ୍ୟବସ୍ଥିତ । କରିବା ପାଇଁ ସମ୍ପୁର୍ଣ୍ଣ ବିଭାଗ ଓ ବନ ବିଭାଗ ଅଧିକାରୀଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking