30.1 C
Bhubaneswar
Tuesday, October 13, 2026
Homeଓଡିଶାଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍

ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍

ଭୁବନେଶ୍ୱର : ଧଉଳି ପାହାଡ଼ରେ ଓଲଟିଲା ଟୁରିଷ୍ଟ ବସ୍ । ବସ୍ ଭିତରେ ଫସି ରହିଛନ୍ତି ଯାତ୍ରୀ। ପୋଲିସ ଓ ସ୍ଥାନୀୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଧଉଳି ପାହାଡ଼ରେ ବଡ଼ ଅଘଟଣ।ଖବର ଅନୁଯାୟୀ, କିଛି ଯାତ୍ରୀଙ୍କୁ ନେଇ ଧଉଳି ବୁଲିବାକୁ ଆସିଥିଲା ଏକ ଟୁରିଷ୍ଟ ବସ୍ । ଗାଡ଼ି ଷ୍ଟାର୍ଟ ବନ୍ଦ କରାଯାଇ ନ୍ୟୁଟ୍ରାଲରେ ଥୁଆ ଯାଇଥିଲେ । ଏହି ସମୟରେ ହଠାତ୍ ଗାଡ଼ିଟି ଗଡ଼ିବାକୁ ଲାଗିଥିଲା । ଯାହାକୁ କି ସମ୍ଭାଳି ପାରିନଥିଲେ ଡ୍ରାଇଭର । ଶେଷରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ ବସ୍ଟି ଓଲଟି ପଡିବାରୁ ଗାଡ଼ିରେ ଥିବା ଯାତ୍ରୀ ଫସିରହିଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ ।ସେପଟେ ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ଡ୍ରାଇଭରଙ୍କ ଭୁଲ୍‌ ନା କେମିତି ଏହି ଦୁର୍ଘଟଣା ଘଟିଲା । ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ପ୍ରଥମେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯିବା ପାଇଁ ବ୍ୟବସ୍ଥା କରୁଛି ପୋଲିସ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking