32.1 C
Bhubaneswar
Tuesday, October 13, 2026
Homeଦେଶ ବିଦେଶଆଜି ଇଣ୍ଡି ମେଣ୍ଟ ଆବେଦନର ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ଆଜି ଇଣ୍ଡି ମେଣ୍ଟ ଆବେଦନର ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟର ଆବେଦନକୁ ନେଇ ଚର୍ଚ୍ଚା । ଏହି ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଣ୍ଡି ମେଣ୍ଟ ପକ୍ଷରୁ ବରିଷ୍ଠ ଓକିଲ ଏସ୍‌. ପ୍ରସନ୍ନ ଏହି ପିଟିସନ୍ ଦାଖଲ କରିଛନ୍ତି। ଏହା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରେ ।ଗତକାଲି ଦିଲ୍ଲୀରେ ଇଣ୍ଡି ମେଣ୍ଟର ନେତାମାନେ ସୁପ୍ରିମକୋର୍ଟ ଅଭିମୁଖେ ଏକ ବିଶାଳ ପଦଯାତ୍ରା କରିଥିଲେ। ତେବେ ପଦଯାତ୍ରା ସମୟରେ ପୁଲିସ ଆନ୍ଦୋଳନକାରୀଙ୍କୁ ଅଧାବାଟରେ ଅଟକାଇଥିଲା। ଏହି କାରଣରୁ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ଠିକ୍ ସମୟରେ ସୁପ୍ରିମକୋର୍ଟରେ ପହଞ୍ଚିପାରି ନଥିବା ଖବର ପ୍ରକାଶ ପାଇଛି।ପରେ ସନ୍ଧ୍ୟାରେ ରାହୁଲ ଗାନ୍ଧୀ ନିଜେ ସୁପ୍ରିମକୋର୍ଟରେ ପହଞ୍ଚି ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ପ୍ରକ୍ରିୟା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିବାକୁ ଦାବି କରିଥିଲେ।ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିପାରନ୍ତି। ତେବେ ଆବେଦନର ଶୁଣାଣି ଓ କୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking