ନୂଆଦିଲ୍ଲୀ: ସିଜେପିର ଆନ୍ଦୋଳନ ବେଳେ ପୋଲିସ ୬୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି । ଜନ୍ତର ମନ୍ତରରେ ପହଞ୍ଚିବା ଆଗରୁ ରାଜୀବ ଚୌକରେ ଅଟକ ରଖିଲା ପୋଲିସ । ୟୁଟ୍ୟୁବର ଧ୍ରୁବରାଠୀଙ୍କୁ ଗୁରୁଗ୍ରାମର ୫୬ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖିଛି ପୋଲିସ । ପ୍ରତିବାଦ ପୂର୍ବରୁ ଦିଲ୍ଲା – ନୋଏଡା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗତିବିଧି ଉପରେ ନଜର ରଖିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଚିଲ୍ଲା ସୀମାରେ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି । କୋକରୋଚ୍ ଜନତା ପାର୍ଟିର ଆଇନଗତ ମୁଖ୍ୟ ରତ୍ନା ସିଂହଙ୍କୁ ମଧ୍ୟ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ଅଟକ ରଖାଯାଇଛି।
ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ପାଇଁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ୟୁନିଫର୍ମରେ ବଡି କ୍ୟାମେରା ଲଗାଯାଇଛି। ନୂଆଦିଲ୍ଲୀ ଜିଲ୍ଲାକୁ ୨୦ଟି ଜୋନରେ ବିଭକ୍ତ କରାଯାଇ ପ୍ରତ୍ୟେକ ଜୋନରେ ଆଇପିଏସ୍ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ୩୦୦ରୁ ଅଧିକ ଅତିରିକ୍ତ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ବିନା ଅନୁମତିରେ ଆନ୍ଦୋଳନକୁ ଆସୁଥିବା ଲୋକଙ୍କୁ ଅଟକ ରଖିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ୧୨ଟି ଅଟକ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୨୦ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।










