32.1 C
Bhubaneswar
Friday, October 9, 2026
Homeଓଡିଶାବଢ଼ିଲା ଶ୍ରମିକଙ୍କ ଭତ୍ତା

ବଢ଼ିଲା ଶ୍ରମିକଙ୍କ ଭତ୍ତା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ଦର୍ଶାଇଛନ୍ତି, ସର୍ବନିମ୍ନ ମଜୁରି ଉପରେ ପ୍ରତ୍ୟେକ ଏପ୍ରିଲ ଓ ଅକ୍ଟୋବରରେ ମହଙ୍ଗା ଭତ୍ତାରେ ସଂଶୋଧନ କରାଯାଉଛି। ଚଳିତ ଅକ୍ଟୋବରରୁ ମହଙ୍ଗା ଭତ୍ତାରେ ଅତିରିକ୍ତ ଭାବେ ଦୈନିକ ୬ ଟଙ୍କା ବୃଦ୍ଧି କରାଯାଇଛି। ଅକ୍ଟୋବର ପହିଲାରୁ ମହଙ୍ଗା ଭତ୍ତା ସହିତ ଦୈନିକ ସର୍ବନିମ୍ନ ମଜୁରି ଅଣକୁଶଳୀ ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ୪୭୨ ଟଙ୍କା ପରିବର୍ତ୍ତେ ୪୭୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ୫୨୨ ଟଙ୍କାରୁ ୫୨୮ ଟଙ୍କା, କୁଶଳୀ ଶ୍ରମିକଙ୍କ ପାଇଁ ୫୭୨ ଟଙ୍କାରୁ ୫୭୮ ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ପାଇଁ ୬୨୨ ଟଙ୍କାରୁ ୬୨୮ ଟଙ୍କାକୁ ବୃଦ୍ଧି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking