କଟକ: କଟକର ଅନ୍ୟ ପ୍ରମୁଖ ଶକ୍ତିପୀଠ ହେଉଛନ୍ତି ମାଆ ଗଡ଼ଚଣ୍ଡୀ । ମାଆଙ୍କ ଷୋଡ଼ଶ ଉପଚାର ପୂଜା ଚାଲିଛି । ଆଜି ମାଆ ଗଡ଼ଚଣ୍ଡୀଙ୍କ ଷୋଡ଼ଷ ଉପଚାର ପୂଜାର ପଞ୍ଚମ ଦିନ ପୂଜାବିଧି ରହିଛି । ଆଜି ଭକ୍ତ ମାନଙ୍କୁ କାଳୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ । ମାଆଙ୍କ ଏହି ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ସକାଳ ସାଢ଼େ ୫ଟାରେ ମଙ୍ଗଳା ଆଳତି ପରେ ଭକ୍ତମାନେ ମାଆଙ୍କୁ ଦର୍ଶନ କରୁଛନ୍ତି । ଘଣ୍ଟ ଘଣ୍ଟା ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ଶକ୍ତିପୀଠ ।










