34.1 C
Bhubaneswar
Sunday, October 4, 2026
Homeଦେଶ ବିଦେଶଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ପାଇଁ କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ନିର୍ଦ୍ଦେଶ ଦେଇଛନ୍ତି । ୨୦୦୬ରେ ଜ୍ଞାନେଶ କୁମାର କେରଳର ପୂର୍ତ୍ତ ବିଭାଗ ସଚିବ ଥିବା ସମୟର ଘଟଣାକୁ ନେଇ ଏହି ତଦନ୍ତ ହେବ । କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଅଧୀନରେ MC Roadର ଉନ୍ନତୀକରଣ କାମ କରୁଥିବା ଭାରତ-ମାଲେସିଆ କନସୋର୍ଟିୟମ୍ PATI-BEL ସହ ଜଡ଼ିତ ଥିଲେ ମାଲେସିଆର ସିଭିଲ୍ ଇଞ୍ଜିନିୟର ଲିସିବିନ୍ । ୨୦୦୬ରେ କୁଆଲାଲମ୍ପୁରରେ ଲିସିବିନ ଜୀବାହାରିବା ପରେ ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଥିଲା । ରିପୋର୍ଟ ଅନୁସାରେ, ଲିସିବିନ ଜୀବାହାରିବା ପୂର୍ବରୁ ଏକ ନୋଟ୍ ରେ ତତ୍କାଳୀନ ପୂର୍ତ୍ତ ସଚିବ ଜ୍ଞାନେଶ କୁମାରଙ୍କ ନାଁ ଉଲ୍ଲେଖ ଥିଲା । ପ୍ରକଳ୍ପର ବିଲ୍ ଓ ଅର୍ଥ ପ୍ରଦାନକୁ ନେଇ ସେତେବେଳେ ବିବାଦ ଓ ଅନିୟମିତତାର ଅଭିଯୋଗ ଉଠିଥିଲା । ଘଟଣା ପରେ ସେତେବେଳର କେରଳ ସରକାର ଭିଜିଲାନ୍ସ ତଦନ୍ତ କରାଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେହି ତଦନ୍ତ ଆଗକୁ ବଢ଼ିନଥିବା ନେଇ ରିପୋର୍ଟ ରହିଛି । ଏବେ ଅଭିଯୋଗ ହୋଇଛି ଯେ, ବାହ୍ୟ ଚାପ ଯୋଗୁଁ ପୁରୁଣା ତଦନ୍ତ ପ୍ରଭାବିତ ହୋଇଥିଲା`। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ସିଧାସଳଖ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ବିସ୍ତୃତ ତଦନ୍ତ କରିବାକୁ କହିଛନ୍ତି । ତଦନ୍ତରେ ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଆଧାରରେ ଉଚିତ ପଦକ୍ଷେପ ନିଆଯିବ ବୋଲି କେରଳ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking