31.1 C
Bhubaneswar
Monday, September 28, 2026
Homeଓଡିଶାଓଡ଼ିଆ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ଯକ୍ରମ ଉଦ୍‌ଯାପିତ

ଓଡ଼ିଆ ସ୍ନାତକତ୍ତୋର ଶିକ୍ଷକଙ୍କ ନିମନ୍ତେ ଆୟୋଜିତ ତାଲିମ୍ କାର୍ଯ୍ଯକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଓଡ଼ିଆ ସ୍ନାତକୋତ୍ତର ଶିକ୍ଷକ ମାନଙ୍କ ପାଇଁ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରର ସିରିପୁରସ୍ଥିତ ‘ଇମେଜ୍’ (IMAGE) ଠାରେ ଉଦ୍‌ଯାପିତ ହୋଇଯାଇଛି ।ରାଜ୍ୟସାରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ପ୍ରାୟ ୧୦୦ ଜଣ ଓଡ଼ିଆ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କର ବିଷୟଗତ ଜ୍ଞାନ, ଶିକ୍ଷାଦାନ କୌଶଳ, ଶ୍ରେଣୀଗୃହ ଅଭ୍ୟାସ ଏବଂ ବୃତ୍ତିଗତ ଦକ୍ଷତାର ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଉଦ୍‌ଯାପନୀ ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶିକ ଶ୍ରୀମତୀ ବିନୀତା ସେନାପତି, ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳୀ ଏବଂ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ।ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶିକ ଶ୍ରୀମତୀ ନିୟତି ପଟ୍ଟନାୟକ ଶିକ୍ଷକମାନଙ୍କ ମଧ୍ୟରେ ନିରନ୍ତର ଶିକ୍ଷଣ ଏବଂ ବୃତ୍ତିଗତ ବିକାଶର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ଅତିରିକ୍ତ ନିର୍ଦ୍ଦେଶିକ ଶ୍ରୀମତୀ ବିନୀତା ସେନାପତି ନୂତନ ଭାବେ ନିଯୁକ୍ତ ପିଜିଟି ଶିକ୍ଷକମାନଙ୍କର ବୃତ୍ତିଗତ ଦକ୍ଷତା, ଆତ୍ମବିଶ୍ୱାସ ଏବଂ ଶ୍ରେଣୀଗୃହ ପ୍ରସ୍ତୁତିକୁ ସୁଦୃଢ଼ କରିବାରେ ପ୍ରାରମ୍ଭିକ ତାଲିମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳୀ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ରିସୋର୍ସ ପର୍ସନ, ଅଂଶଗ୍ରହଣକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking