30.1 C
Bhubaneswar
Sunday, September 27, 2026
Homeଅପରାଧସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ବ୍ରିଟ୍ କଲୋନୀ ଅଂଚଳରେ ବୁଧାବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସର୍ବେଶ୍ୱର ପ୍ରଧାନ ନାମକ ଜଣେ ଯୁବକ ନିଜ ପତ୍ନୀଙ୍କୁ ତାୱାରେ ପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ନାମ ବନସ୍ମିତା ସ୍ୱାଇଁ । ଖବର ପାଇ ନୂଆପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଲୁହା ତାୱାରେ ସ୍ତ୍ରୀଙ୍କ ମୁଣ୍ଡକୁ ପିଟିଦେବାରୁ ସ୍ତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଉଭୟ ଦେଢବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ ସେମାନଙ୍କର ୪ ମାସର ଏକ ଶିଶୁକନ୍ୟା ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking