ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବୀନେଇ ଗତକାଲି ଅପରାହ୍ନରୁ ଆରମ୍ଭ ହୋଇଥିବା ଅହୋରାତ୍ର ଧାରଣା ଆଜି ଦ୍ଵିତୀୟ ଦିବସରେ ପହଁଚିଛି l ସୂଚନାଯୋଗ୍ୟ, ଗତକାଲି ସଭାପତି ଶ୍ରୀ ଦାସ ଧାରଣାସ୍ଥଳରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା l ଆଜି ଦିବସର ପ୍ରଥମାର୍ଦ୍ଧରେ ପୂର୍ବତନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା, କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁ, ପୂର୍ବତନ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ, ଚିନ୍ମୟ ସୁନ୍ଦର ଦାଶ ଏବଂ ବହୁ କଂଗ୍ରେସ ନେତା ଧାରଣାରେ ବସି ମୋଦୀ ସରକାର ଏବଂ ନିର୍ବାଚନ ଅଧିକାରୀଙ୍କ ଭୋଟ ଚୋରୀକୁ ନେଇ ପ୍ରତିବାଦ କରିଥିଲେ l ପୁଣି ଦିବସର ଦ୍ଵିତୀୟାର୍ଦ୍ଧରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଆରଜିପିଆରଏସ ଅଧ୍ୟକ୍ଷ ସୁଦର୍ଶନ ଦାସ, ସତ୍ୟବ୍ରତ ନାୟକ, ମନୋଜ ରାଉତ, ହଳଧର ସେଠୀ, ମାନସ କର, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ବାଇଲୋଚନ ସାହୁ, ଭରତ ପରିଡ଼ା ପ୍ରମୁଖ କଂଗ୍ରେସ ନେତ୍ରୁ ମଣ୍ଡଳୀ ଯୋଗଦେଇ ନିର୍ବାଚନ ଅଧିକାରୀଙ୍କୁ କଡା ଭର୍ଷନା କରିବା ସହ, ଜ୍ଞାନେଶ କୁମାର ଗାଦୀରୁ ନ ହଟିବା ପର୍ଯ୍ୟନ୍ତ କଂଗ୍ରେସ ସାରା ଦେଶରେ ଲଢେଇ ଜାରୀ ରଖିବ ବୋଲି ପ୍ରକାଶ କରିଥିଲେ l










