ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଆଉ ୩ଟି ସ୍ଲୁଇସ ଗେଟ ଖୋଲିଲା । ବର୍ତ୍ତମାନ ୧୬ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ବାମ ପାଶ୍ୱର୍ରେ ୧୧ଟି ଓ ଦକ୍ଷିଣ ପାଶ୍ୱର୍ର ୫ଟି ଗେଟ ଖୋଲାଯାଇଛି । ପୂର୍ବରୁ ୧୩ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା । ତେବେ ଡ୍ୟାମର ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ଗେଟ୍ ଖୋଲାଯାଉଛି । ତେବେ ଏକାଥରକେ ଗେଟ୍ ସଂଖ୍ୟା ବଢ଼ିବା ପରେ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରହିଛି । ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଜଳସ୍ତର ଓ ପ୍ରଶାସନର ପରବର୍ତ୍ତୀ ସୂଚନା ପ୍ରତି ସତର୍କ ରହିବାକୁ କୁହାଯାଇଛି ।










