ଭୋପାଳ: ମଧ୍ୟପ୍ରଦେଶର ମଣ୍ଡଲା ଜିଲ୍ଲା ନୈନପୁର ଥାନା ଅଞ୍ଚଳର ହୀରାପୁର ଗାଁରେ ବିଦ୍ୟୁତ୍ ଆଘାତରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ତିନି ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଣ୍ଡଲା ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଛି।ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ପରେ ସଦସ୍ୟମାନେ ଫେରି ପାଣ୍ଡାଲର ପୂଜା ପେଣ୍ଡାଲରେ ଶୋଇପଡ଼ିଥିଲେ। ବିଦ୍ୟୁତ୍ ଆଘାତ ଯୋଗୁଁ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଶନିବାର ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ନାମ ବୀରେନ୍ଦ୍ର ଭଙ୍ଗର (୫୫), କୃଷ୍ଣ କୁମାର ଭମ୍ବ୍ରେ (୧୯), ରବି (୨୪) ଏବଂ ଜୈନ ଭମ୍ବ୍ରେ (୩୯) ବୋଲି ଜଣାପଡିଛି।ନୈନପୁର ପୁଲିସ ଷ୍ଟେସନ୍ ଇନଚାର୍ଜ ମାନସାରାମ ୱାଗେନ୍ ଘଟଣାର ବ୍ୟାଖ୍ୟା କରି କହିଛନ୍ତି, ସଦସ୍ୟମାନେ ଗଣେଶ ମଣ୍ଡପରେ ଶୋଇଥିଲେ। ସର୍ଟ ସର୍କିଟ୍ ଯୋଗୁଁ ଆମ୍ପ୍ଲିଫାୟରର ସଂଯୋଗ ତାର ଛିଡ଼ି ସେମାନଙ୍କ ଉପରେ ପଡ଼ିଥିଲା। ଲଗାତାର ବର୍ଷା ଯୋଗୁ ମାଟି ଓଦା ଥିବାରୁ ବିଦ୍ୟୁତ୍ କରେଣ୍ଟ ସହଜରେ ସଂଚରଣ ହୋଇଥିଲା ବୋଲି ପ୍ରଶସନ କହିଛି।










